ସାନି ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment

ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ବହୁ ସମୟରେ ଅପବ୍ୟବହାର କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲାରେ ସାନି ସତ୍ୟପାଠ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ଏହି ମାମଲାରେ...

ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ବହୁ ସମୟରେ ଅପବ୍ୟବହାର କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲାରେ ସାନି ସତ୍ୟପାଠ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ଏହି ମାମଲାରେ...

fdfhfhth

କଟକ: ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନକୁ ବହୁ ସମୟରେ ଅପବ୍ୟବହାର କରାଯାଉଥିବା ଅଭିଯୋଗ ନେଇ ଦାୟର ମାମଲାରେ ସାନି ସତ୍ୟପାଠ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ତରଫରୁ ଏହି ମାମଲାରେ ଗତ ମାର୍ଚ୍ଚ ୩ରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରାଯାଇଥିଲା। ରାଷ୍ଟ୍ରୀୟ ପ୍ରତୀକ ବା ଚିହ୍ନର ଅପବ୍ୟବହାର ଅଭିଯୋଗର ଯାଞ୍ଚ, କାର୍ଯ୍ୟାନୁଷ୍ଠାନ ଓ ରିପୋର୍ଟ ପ୍ରସଂଗରେ ଜବାବ ରଖାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏଥି ସହିତ ଏକ ଉତ୍ତମ ସତ୍ୟପାଠ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୨୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅରିନ୍ଦମ ସିହ୍ନା ଓ ଜଷ୍ଟିସ୍‌ ମୃଗାଙ୍କ ଶେଖର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଲୋନ୍‌ ଟ୍ରଷ୍ଟ ପକ୍ଷରୁ ଦାୟର ଜନସ୍ବାର୍ଥ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ ବହୁ ସମୟରେ ଜାତୀୟ ପ୍ରତୀକର ଅପବ୍ୟବହାର କରାଯାଉଥିବା ଦର୍ଶାଇ ଏହି ମାମଲା ଦାୟର ହୋଇଛି। ଅଶୋକ ସ୍ତମ୍ଭ ତଳେ ସତ୍ୟମେବ ଜୟତେ ‌ଲେଖା ରହିବା କଥା। କିନ୍ତୁ ଅନେକ ସମୟରେ ଅଶୋକ ସ୍ତମ୍ଭ ତଳେ ସତ୍ୟମେବ ଜୟତେ ନଥିବା ଦେଖିବାକୁ ମିଳୁଛି। ସେହିଭଳି ଭାବେ ଅଶୋକ ସ୍ତମ୍ଭକୁ ମଧ୍ୟ ଉପଯୁକ୍ତ ଭାବେ ପ୍ରଦର୍ଶନ କରାଯାଉ ନାହିଁ।  ସରକାରୀ ଉଦାସୀନତା ପାଇଁ ଜାତୀୟ ପ୍ରତୀକର ଅପବ୍ୟବହାର ଘଟଣା ବହୁ ସମୟରେ ଦେଖିବାକୁ ମିଳୁଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଛି। ମାମଲାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ, ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି।  ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ପବିତ୍ର କୁମାର ଦତ୍ତ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe