ରୋଗୀଙ୍କୁ ଦୁର୍ବବ୍ୟହାର, ଶୋଷଣ ମାମଲାରେ ହାଇକୋର୍ଟଙ୍କ ପ୍ରଶ୍ନ: ପୀଡ଼ିତ କାହିଁକି ଅଦାଲତଙ୍କ ଦ୍ବାରସ୍ଥ ହୋଇନାହାନ୍ତି?

Advertisment
ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଅଡ଼ୁଆ ବଢ଼ିଲା, ଆଗୁଆ ଜାମିନ ଆବେଦନ ଖାରଜ

ThePrint

କଟକ : ରାଜ୍ୟର ସରକାରୀ ଓ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସା ଅବହେଳା ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ପୀଡ଼ିତମାନେ କାହିଁକି ଅଦାଲତଙ୍କ ଦ୍ବାରସ୍ଥ ହୋଇନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି।

ଆବେଦନକାରୀ ଆଇନଜୀବୀ ମହମ୍ମଦ ମୁସ୍ତାକ ଅନସାରୀଙ୍କ ଆବେଦନରେ ଚିକିତ୍ସାରେ ଅବହେଳା ପ୍ରସଂଗରେ କେତେକ ନିର୍ଦ୍ଦିଷ୍ଟ ଘଟଣାର ତଥ୍ୟ ଉଲ୍ଲେଖ କରାଯାଇଥିଲା। ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀ ଦର୍ଶାଇଥିଲେ ଯେ ବ୍ୟକ୍ତିଗତ ଭାବେ ଘଟଣାର ଅନୁଧ୍ୟାନ କରିବା ସହିତ ସତ୍ୟାସତ୍ୟ ଅନୁସନ୍ଧାନ କରିବା ପରେ ଆବେଦନରେ ଏ ନେଇ ସେ ଉଲ୍ଲେଖ କରିଛନ୍ତି। ତେବେ, ପୀଡ଼ିତମାନେ ଏହି ମାମଲାରେ ଆବେଦନକାରୀ ହେବାପାଇଁ ଆଗ୍ରହୀ ବା ନୁହେଁ ସେ ନେଇ ଅବଗତ କରିବାକୁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଅନସାରୀଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୨୨କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe