ଅନ୍‌ଲାଇନ୍‌ରେ ବିଟେକ୍ ପରୀକ୍ଷା ବିରୋଧରେ ମାମଲା : ହାଇକୋର୍ଟରେ ଆବେଦନ ଖାରଜ

ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗ ଭୋଟରଙ୍କୁ ସୁବିଧା ପ୍ରସଙ୍ଗ: ଶୁଣାଣିରେ ପୂର୍ଣ୍ଣଚ୍ଛେଦ

କଟକ : ବି.ଟେକ୍ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଫାଇନାଲ ସେମିଷ୍ଟର ପରୀକ୍ଷା ଅନ୍‌ଲାଇନ୍‌ରେ କରିବା ସଂପର୍କିତ ବିଜ୍ଞପ୍ତି ବିରୋଧରେ ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଆବେଦନକୁ ଖାରଜ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ବି.ଟେକ୍ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ଫାଇନାଲ ସେମିଷ୍ଟର ପରୀକ୍ଷା ନେଇ ୟୁଜିସି ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପାଳନ କରି ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ୍ ଟେକନୋଲୋଜି (ବିପିୟୁଟି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଅନ୍‌ଲାଇନ୍‌ ପରୀକ୍ଷା କାର୍ଯ୍ୟସୂଚୀ ଓ ବ୍ୟବସ୍ଥା ନେଇ ବିପିୟୁଟି ପକ୍ଷରୁ ୨୦୨୦, ଜୁନ୍ ୨୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁ ବିଦ୍ୟାର୍ଥୀମାନେ ଅନ୍‌ଲାଇନ୍‌ରେ ପରୀକ୍ଷା ନ ଦେବେ ସେମାନେ ସ୍ବାଭାବିକ ପରିସ୍ଥିତି ହେବାପରେ ଅଫ୍ ଲାଇନରେ ପରୀକ୍ଷା ଦେଇ ପାରିବେ ବୋଲି ବ୍ୟବସ୍ଥା କରାଯାଇଥିଲା। ଏପରି ବିଜ୍ଞପ୍ତିକୁ ଚାଲେଞ୍ଜ କରି ଦୁଇ ଜଣ ବି.ଟେକ୍ ଶେଷ ବର୍ଷ ଛାତ୍ର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଆବେଦନରେ ଦର୍ଶାଯାଇଥିଲା ଯେ ବିପିୟୁଟି ଅଧୀନରେ ୯୪ଟି ଇଂଜିନିୟରିଂ କଲେଜ ଥିବା ବେଳେ ପ୍ରାୟ ୨୦ ହଜାର ଛାତ୍ରଛାତ୍ରୀ ବି.ଟେକ୍ ଶେଷ ବର୍ଷରେ ପଢୁଛନ୍ତି। ସବୁ ପିଲା ଅନ୍‌ଲାଇନ୍‌ରେ ପରୀକ୍ଷା ଦେବା ସମ୍ଭବ ନୁହେଁ କାରଣ ସମସ୍ତଙ୍କ ନିକଟରେ ଆବଶ୍ୟକ ସାଧନ ନାହିଁ। ଏପରି ପରିସ୍ଥିତିରେ ପୂର୍ବ ସେମିଷ୍ଟରର ଫଳାଫଳକୁ ଆଧାର କରି ଏହି ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ କରାଯାଉ ବୋଲି ଆବେଦନରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଯେଉଁ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ ପରୀକ୍ଷା ଦେଇ ପାରିବେ ନାହିଁ ସେମାନେ ପରିସ୍ଥିତି ସ୍ବାଭାବିକ ହେବା ପରେ ଅଫ୍ ଲାଇନରେ ପରୀକ୍ଷା ଦେବା ପାଇଁ ବ୍ୟବସ୍ଥା ରହିଛି। ଏଥିସହିତ ସମୟରେ ସେମିଷ୍ଟର ପରୀକ୍ଷା କରିବା ପାଇଁ ୟୁଜିସି ମଧ୍ୟ ନିର୍ଦ୍ଦେଶ ଦେଇଛି। ବିକଳ୍ପ ବ୍ୟବସ୍ଥା ରହିଥିବାରୁ ଅନ୍ ଲାଇନ ପରୀକ୍ଷା ସଂପର୍କିତ ବିଜ୍ଞପ୍ତିକୁ ବିରୋଧ କରାଯିବା ଗ୍ରହଣୀୟ ନୁହେଁ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe