ଆତ୍ମା କର୍ମଚାରୀ ସଂଘ ମାମଲାରେ ହାଇକୋର୍ଟଙ୍କ ଜବାବ ତଲବ

Advertisment

କେନ୍ଦ୍ର, ରାଜ୍ୟ ସରକାର ଦେବେ ସତ୍ୟପାଠ, କାର୍ଯ୍ୟରୁ ଅନ୍ତର କରାଯାଇ ପାରିବ ନାହିଁ

କେନ୍ଦ୍ର, ରାଜ୍ୟ ସରକାର ଦେବେ ସତ୍ୟପାଠ, କାର୍ଯ୍ୟରୁ ଅନ୍ତର କରାଯାଇ ପାରିବ ନାହିଁ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ : ଆତ୍ମା (ଏଗ୍ରିକଲଚର୍‌ ଟେକ୍‌ନୋଲୋଜି ମ୍ୟାନେଜମେଣ୍ଟ ଏଜେନ୍ସି) ଅଧୀନରେ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ କର୍ମଚାରୀଙ୍କ ମାମଲରେ ହାଇକୋର୍ଟ ଅନ୍ତରୀଣ ଆଦେଶ ପ୍ରଦାନ କରିଛନ୍ତି। ଓଡ଼ିଶା ରାଜ୍ୟ ଆତ୍ମା କର୍ମଚାରୀ ସଂଘ ଆବେଦନକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହିତ ଅନ୍ୟ ପ୍ରତିପକ୍ଷଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ତିନି ସପ୍ତାହ ଭିତରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ହାଇକୋର୍ଟ କହିଛନ୍ତି।

ଏହି ପ୍ରସଙ୍ଗ ନେଇ ହାଇକୋର୍ଟରେ ଏକ ଆବେଦନ ବିଚାରାଧୀନ ଥିବାବେଳେ କେଉଁ ପରିସ୍ଥିତିରେ ଆତ୍ମା ଅଧୀନରେ ନିଯୁକ୍ତି ସଂପର୍କିତ ଆର୍‌ଏଫ୍‌ପି (ରିକ୍ବେଷ୍ଟ ଫର୍‌ ପ୍ରପୋଜାଲ୍‌) ଜାରି କରାଯାଇଛି, ସେ ନେଇ ନିର୍ଦ୍ଦିଷ୍ଟ ଭାବେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଆବେଦନକାରୀ ଆତ୍ମା କର୍ମଚାରୀ ସଂଘ ସଦସ୍ୟଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟରୁ ଅନ୍ତର କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ବିଚାରାଧୀନ ଥିବା ମାମଲା ସହିତ ଏହି ଆବେଦନର ଅଗଷ୍ଟ ୧ରେ ଏକତ୍ର ଶୁଣାଣି କରାଯିବ। ଜଷ୍ଟିସ ଶିଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ଓଡ଼ିଶା ରାଜ୍ୟ ଆତ୍ମା କର୍ମଚାରୀ ସଂଘ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ଯୋଗୁଁ ସଂଘର ୧୧ଶହରୁ ଅଧିକ ସଦସ୍ୟ ଆଶ୍ବସ୍ତ ହୋଇଛନ୍ତି।

ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦୟାନନ୍ଦ ମହାପାତ୍ର ଓ ଦେବଦତ୍ତ ମହାନ୍ତି ମାମଲା ପରିଚାଳନା କରୁଛନ୍ତି। ମାମଲାରେ କେନ୍ଦ୍ର କୃଷି ମନ୍ତ୍ରାଳୟ, ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ତଥା ଆତ୍ମା ରାଜ୍ୟ ନୋଡାଲ୍‌ ଅଫିସର୍‌, ଇନଷ୍ଟିଚ୍ୟୁଟ୍‌ ଅନ୍‌ ମ୍ୟାନେଜମେଣ୍ଟ ଅଫ୍ ଏଗ୍ରିକଲଚରା୍‌ଲ ଏକ୍ସଟେନସନ୍ ନିର୍ଦ୍ଦେଶକଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe