୫୦ ଲକ୍ଷ ଲୁଟ୍ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ମାମଲା : ହାଇକୋର୍ଟଙ୍କ ଜବାବ ତଲବ

Advertisment
ସ୍ୟାଟ୍‌ ଉଚ୍ଛେଦ ନିଷ୍ପତ୍ତିକୁ ଚାଲେଞ୍ଜ : ହାଇକୋର୍ଟରେ ମାମଲା ଶୁଣାଣି ଶେଷ, ରାୟ ସଂରକ୍ଷିତ

Odisha Sun Times

କଟକ : ଗୁରୁଡ଼ିଝାଟିଆ ଥାନା କପୁରସିଂସ୍ଥିତ ପରମେଶ୍ୱରୀ କମ୍ପାନି ସମ୍ମୁଖ ରାସ୍ତାରୁ ୫୦ ଲକ୍ଷ ଟଙ୍କା ଲୁଟ୍ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପାଇଁ ରୁଜୁ ମାମଲାର ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୬ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ବିନୟ କୁମାର ମହାପାତ୍ରଙ୍କ ପକ୍ଷରୁ ଦାୟର ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଜୁଲାଇ ୯ ଅପରାହ୍ନରେ ୫୫ ନମ୍ବର ଜାତୀୟ ରାଜପଥର କପୁରସିଂସ୍ଥିତ ପରମେଶ୍ୱରୀ କମ୍ପାନି ସମ୍ମୁଖରେ ଭୁବନେଶ୍ୱରରୁ ଢେଙ୍କାନାଳ ଯାଉଥିବା ଚେଭ୍ରୋଲେଟ୍‌ କାର ଉପରକୁ ମୁଖାପିନ୍ଧା ତିନିଜଣ ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ଏହାପରେ ସେମାନେ ଢେଙ୍କାନାଳ ଅଞ୍ଚଳର ହୋମିଓପାଥିକ୍‌ ଡାକ୍ତର ବିନୟ କୁମାର ମହାପାତ୍ରଙ୍କ ନିକଟରୁ ୫୦ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଆବେଦନକାରୀ ପୁଲିସକୁ ସମ୍ଭାବ୍ୟ ଅଭିଯୁକ୍ତଙ୍କ ସଂପର୍କରେ ସୂଚନା ଦେଇଥିଲେ ମଧ୍ୟ ତଦନ୍ତରେ କୌଣସି ଅଗ୍ରଗତି ହୋଇ ନଥିବା ଦର୍ଶାଇ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏପରି ପରିସ୍ଥିତିରେ ଏହି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ପ୍ରଦାନ କରାଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ମାମଲାରେ ଗୃହ ସଚିବ, ପୁଲିସ ଡିଜି, କଟକ ଗ୍ରାମାଞ୍ଚଳ ଏସପି ଓ ଗୁରୁଡିଝାଟିଆ ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe