The New Indian Express
ବୁର୍ଲା : ଭିମ୍ସାର ଅଧ୍ୟକ୍ଷାଙ୍କ ଅଫିସ ସିଲ୍ ଘଟଣା ଓ ଛଟେଇ କର୍ମଚାରୀଙ୍କୁ କ୍ଷତିପୂରଣ ଘଟଣାରେ ଭିମ୍ସାରକୁ ପୁଣି ଲାଗିଛି ଝଟ୍କା। ସଂପୃକ୍ତ ୩ ଜଣ କର୍ମଚାରୀଙ୍କୁ କ୍ଷତିପୂରଣ ଦେବାରେ ରହିତାଦେଶ ଦେବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଭିମ୍ସାର କର୍ତ୍ତୃପକ୍ଷ। ଯେଉଁଥିରେ ଭିମ୍ସାରକୁ ଝଟ୍କା ଲାଗିଛି। ଅବିଳମ୍ବେ ସଂପୃକ୍ତ ୩ କର୍ମଚାରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବା ପରେ ମାମଲାର ଶୁଣାଣି ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଆଜି ଏହି ୩ ଛଟେଇ କର୍ମଚାରୀ ଅର୍ଥାତ ବୁର୍ଲା ନିବାସୀ ରେବତୀକାନ୍ତ କଲେତ, ବରଗଡ଼ ଜିଲ୍ଲା ଅତାବିରା ନିବାସୀ ଶମ୍ଭୁନାଥ ସାହୁ ଏବଂ ଢେଙ୍କାନାଳ ନିବାସୀ କ୍ଷୀରୋଦ ସାହୁଙ୍କୁ ଡାକି ଭିମ୍ସାର ଅଧ୍ୟକ୍ଷା ଡାକ୍ତର ଜୟଶ୍ରୀ ଦୋରା ୫୦ ହଜାର ଟଙ୍କା ଲେଖାଏଁ ଚେକ୍ ଆକାରରେ ପ୍ରଦାନ କରିଛନ୍ତି।
/sambad/media/post_attachments/wp-content/uploads/2022/01/vimsar-seal.jpg)
ଗତ ୨୧ ତାରିଖରେ ନିଯୁକ୍ତି ଅନିୟମିତତା ଓ ସେଥିରେ ବେଆଇନ ଭାବେ ଛଟେଇ ହୋଇଥିବା କର୍ମଚାରୀ ଘଟଣାରେ ମାନ୍ୟବର କୋର୍ଟଙ୍କ ଆଦେଶ ମତେ ଅଧକ୍ଷାଙ୍କ ଅଫିସ ସମେତ ଏଷ୍ଟାବିଲିସ୍ମେଣ୍ଟ ସେକ୍ସନ ଓ ଆକାଉଣ୍ଟ ବିଭାଗ ସିଲ୍ କରାଯାଇଥିଲା। ଏଥି ସହିତ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟର ଆସବାବପତ୍ର, ଅଧ୍ୟକ୍ଷାଙ୍କ ଅଫିସ କାର୍( ଓଡି ୧୫ ଏଚ୍ ୦୮୩୩), ଦୁଇଟି ବସ୍ (ଓଆର ୧୫ ଏଚ ୦୯୫୫ ଏବଂ ଓଆର୍ ୦୨ବିଭି ୫୯୯୪) ସମେତ ଏଷ୍ଟାବିଲିସ୍ମେଣ୍ଟ ଓ ଆକାଉଣ୍ଟ ବିଭାଗରର କମ୍ପୁଟର, ଆଲମୀରା ଜବତ କରାଯାଇଥିଲା। ଏହା ସହ ୩ କର୍ମଚାରୀଙ୍କୁ କ୍ଷତିପୂରଣ ଦେବା ସକାଶେ ନିର୍ଦ୍ଦେଶ ଥିଲା।
Follow Us