ଆଜି ବସିବ ହାଇକୋର୍ଟରେ ସ୍ବତନ୍ତ୍ର ଖଣ୍ଡପୀଠ, ଶନିବାର, ଛୁଟି ଦିନରେ ହେବ ମାମଲାର ଶୁଣାଣି

ହାଇକୋର୍ଟରେ ମାଇକ୍ରୋ ଲେଭଲ ଇ-ଲୋକ ଅଦାଲତ : ୧୦୭ ମାମଲା ଫଇସଲା, ୬ କୋଟି ୯୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିର୍ଦ୍ଦେଶ

Odisha Sun Times

କଟକ : ମାମଲା ଶୁଣାଣି ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଏହି ପଦକ୍ଷେପ ସ୍ବରୂପ ଆସନ୍ତାକାଲି ଅର୍ଥାତ ଶନିବାର ଦିନ ହାଇକୋର୍ଟରେ ସ୍ବତନ୍ତ୍ର ଖଣ୍ଡପୀଠ ବସିବାକୁ ଯାଉଛି। ଏହି ସ୍ବତନ୍ତ୍ର ଖଣ୍ଡପୀଠରେ ବିଶେଷ କରି ଜେଲ କ୍ରିମିନାଲ ଅପିଲ ଗୁଡିକର ଶୁଣାଣି କରାଯିବ। ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଥିବାରୁ ଜେଲରେ ରହି ଯାଇଥିବା ଅଭିଯୁକ୍ତଙ୍କ ସଂପର୍କିତ ଆବେଦନର ଶୁଣାଣି ପାଇଁ ଏହି ପଦକ୍ଷେପ ନିଆଯାଇଛି। ହାଇକୋର୍ଟ ଶନିବାର ଦିନ ଛୁଟି ରହୁଥିବା ବେଳେ ଆସନ୍ତାକାଲି ଏଭଳି ସ୍ବତନ୍ତ୍ର ଖଣ୍ଡପୀଠ ବସିବାକୁ ନିଷ୍ପତ୍ତି ନିଆଯାଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ, ଜଷ୍ଟିସ ପ୍ରମଥ ପଟ୍ଟନାୟକ ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଜଣିକିଆ ଖଣ୍ଡପୀଠରେ ମାମଲା ଗୁଡିକର ଶୁଣାଣି ହେବ। ନିମ୍ନ ଅଦାଲତ ଦ୍ବାରା ଦଣ୍ଡିତ ହୋଇ ଜେଲରେ ଥିବା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ହାଇକୋର୍ଟରେ ଦାୟର ଅପିଲ ଗୁଡିକର ଏହି ସ୍ବତନ୍ତ୍ର ଖଣ୍ଡପୀଠରେ ଶୁଣାଣି ହେବ। ସୂଚନା ଯୋଗ୍ୟ ଯେ ପ୍ରାୟ ୩ ବର୍ଷ ପୂର୍ବ‌େ ହାଇକୋର୍ଟରେ ଶନିବାର ଦିନ ଏଭଳି ସ୍ବତନ୍ତ୍ର ଖଣ୍ଡପୀଠ ବସି ମାମଲାର ଶୁଣାଣି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe