ଆରମ୍ଭ ହେଲା ହାଇକୋର୍ଟ ଟେଲିଗ୍ରାମ୍ ଚାନେଲ

Advertisment
ନିଶାନିବାରଣ କେନ୍ଦ୍ରରେ ଅବ୍ୟବସ୍ଥା ପ୍ରସଂଗ: ୯ ପ୍ରଭାବିତ ଜିଲ୍ଲାରେ କି ପଦକ୍ଷେପ ଗ୍ରହଣ କରାଯାଇଛି?

କଟକ : ଓଡ଼ିଶା ହାଇକୋର୍ଟ ପକ୍ଷରୁ ଟେଲିଗ୍ରାମ ଚାନେଲ ପ୍ରତିଷ୍ଠା କରାଯାଇଛି। ସୂଚନା ଓ ଯୋଗାଯୋଗ ଜ୍ଞାନ କୌଶଳ ପ୍ରୟୋଗ ମାଧ୍ୟମରେ ଆଇନଜୀବୀ ଓ ଆଇନ ସହାୟତା ଅପେକ୍ଷାରେ ଥିବା ଲୋକମାନଙ୍କ ପାଇଁ ନ୍ୟାୟାଳୟ ସଂପର୍କିତ ସୂଚନା ଆହରଣକୁ ସହଜ ଓ ସୁବିଧାଜନକ କରିବା ଉଦ୍ଦେଶ୍ୟରେ ତତ୍‌କ୍ଷଣାତ୍ ସୂଚନା ଆଦାନପ୍ରଦାନ ନିମନ୍ତେ ଏକ ଅତିରିକ୍ତ ବ୍ୟବସ୍ଥା ସ୍ୱରୂପ ହାଇକୋର୍ଟ ଟେଲିଗ୍ରାମ୍ ଚାନେଲ ପ୍ରତିଷ୍ଠା କରାଯାଇଛି। ଅଦାଲତଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ସର୍କୁଲାର, ବିଜ୍ଞପ୍ତି, ପ୍ରେସ୍ ବିଜ୍ଞପ୍ତି, କଜ୍ ଲିଷ୍ଟ ସଂପର୍କିତ ସୂଚନା ଠିକ ସମୟରେ ଆଇନଜୀବୀ, ମହକିଲ ଓ ଜନସାଧାରଣଙ୍କୁ ପ୍ରଦାନ କରିବା ଏହି ଟେଲିଗ୍ରାମ ଚାନେଲର ଉଦ୍ଦେଶ୍ୟ। ଏହି ଚାନେଲର ଉପଯୋଗ କରି ଆଇନଜୀବୀ ଓ ଜନସାଧାରଣ ଅଦାଲତ ସଂପର୍କିତ ସୂଚନା ପାଇପାରିବେ। ଗୁଗୁଲ ପ୍ଲେ ଷ୍ଟୋର/ଆପ୍‌ଲ ଷ୍ଟୋରରୁ ଏହି ଟେଲିଗ୍ରାମ୍ ମୋବାଇଲ୍ ଆପ୍ ଡାଉନ୍‌ଲୋଡ୍, ଇନ୍‌ଷ୍ଟଲ କରିବାକୁ ପଡିବ ଏବଂ ହାଇକୋର୍ଟଙ୍କ ଟେଲିଗ୍ରାମ୍ ଚାନେଲକୁ ସବ୍‌ସ୍କ୍ରାଇବ୍‌ କରିବାକୁ ପଡିବ। ଏହି ଚାନେଲ ବ୍ୟବହାରକାରୀଙ୍କୁ ବାରମ୍ବାର କୋର୍ଟଙ୍କ ୱେବସାଇଟକୁ ଯିବାକୁ ପଡିବ ନାହିଁ। ଏଥିସହିତ କୋର୍ଟ ୱେବସାଇଟ କୌଣସି କାରଣରୁ ଅପହଞ୍ଚ ହେଉଥିବା ସମୟରେ ସମସ୍ତ ସୂଚନା ଏହି ଟେଲିଗ୍ରାମ ଚାନେଲ ମାଧ୍ୟମରେ ମିଳି ପାରିବ। ଏହି ଚାନେଲରେ ସୂଚନା ପ୍ରଦାନ ଜୁଲାଇ ୧୯ରୁ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe