ଜୁଲାଇ ୬ରୁ ୮ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ

Advertisment
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସଂପର୍କିତ ମାମଲା: ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Odisha News Insight

କଟକ : ଜୁଲାଇ ୮ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। କଟକ ସହର ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରାଯାଇଥିବା ବେଳେ ଜୁଲାଇ ୬ରୁ ୮ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ବନ୍ଦ ରହିବ। ସିଏମସି ପକ୍ଷରୁ ସଟଡାଉନ ନେଇ ଜୁଲାଇ ୪ରେ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ବିଚାରକୁ ନେଇ ହାଇକୋର୍ଟ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁଲାଇ ୯ ତାରିଖ ପାଇଁ ଆସାଇନ୍‌ମେଣ୍ଟ ଓ ବେଞ୍ଚ କନଷ୍ଟିଚ୍ୟୁସନ୍ ନେଇ ପ୍ରକାଶିତ ବିଜ୍ଞପ୍ତିରେ ସଂଶୋଧନ କରାଯାଇଛି। ୬ ତାରିଖ ପାଇଁ ପ୍ରକାଶିତ ବେଞ୍ଚ ଜୁଲାଇ ୯‌ରେ ବସି ୬ ତାରିଖର କଜ୍ ଲିଷ୍ଟରେ ତାଲିକାଭୁକ୍ତ ମାମଲାର ଶୁଣାଣି କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe