ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ପିତୃତ୍ୱ ନିରୂପଣ ପାଇଁ ଡିଏନ୍‌ଏ ପରୀକ୍ଷା

Advertisment
ହାଇକୋର୍ଟରେ ସରକାରଙ୍କ ସାନି ସତ୍ୟପାଠ : ୮୦ ପ୍ରତିଶତ ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ

odishasuntimes.com

କଟକ : ପାରିବାରିକ ବିବାଦର ସମାଧାନ ପାଇଁ ଆବଶ୍ୟକ ପଡିଲେ ସନ୍ତାନର ଡିଏନ୍‌ଏ ପରୀକ୍ଷା କରାଯାଇପାରିବ। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ। ଦମ୍ପତିଙ୍କ ମଧ୍ୟରେ ବିବାଦ ସଂପର୍କିତ ମାମଲାର ଶୁଣାଣି କରି ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ହାଇକୋର୍ଟଙ୍କ ଖଣ୍ଡପୀଠ ସନ୍ତାନର ଡିଏନ୍‌ଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

୨୦୦୫, ମେ୧୧ରେ ଅନୁଷ୍ଠିତ ବିବାହକୁ ଅସିଦ୍ଧ ଘୋଷଣା ପାଇଁ ସଂପୃକ୍ତ ବ୍ୟକ୍ତି କଟକ ପରିବାର ଅଦାଲତରେ ହିନ୍ଦୁ ବିବାହ ଆଇନର ଅନୁସାରେ ମାମଲା ରୁଜୁ କରିଥିଲେ। ବିବାହ ପୂର୍ବରୁ ପତ୍ନୀ ଗର୍ଭବତୀ ଥିଲେ ଓ ବିବାହର ସାଢେ ୬ ମାସ ପରେ ସେ ଏକ ସନ୍ତାନକୁ ଜନ୍ମ ଦେଇଥିଲେ ବୋଲି ଆବେଦନକାରୀ ଅଭିଯୋଗ କରିଥିଲେ। ପରିବାର ଅଦାଲତରେ ପିଲାର ଡିଏନଏ ଟେଷ୍ଟ ପାଇଁ ଆବେଦନ କରାଯାଇଥିଲା। ପରିବାର ଅଦାଲତ ଏହି ଆବେଦନକୁ ଖାରଜ କରିଥିଲେ। ପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ପରିବାର ଅଦାଲତଙ୍କ ୨୦୧୪, ଅକ୍ଟୋବର ୧୫ ନିର୍ଦ୍ଦେଶକୁ ରଦ୍ଦ କରିବା ସହିତ ଡିଏନଏ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପତ୍ନୀ ପିଲାକୁ ନେଇ ଲାବୋରେଟୋରିରେ ପହଞ୍ଚିବା ପରେ ରକ୍ତ ନମୁନା ଡିଏନ୍‌ଏ ‌ଟେଷ୍ଟ ପାଇଁ ସଂଗ୍ରହ କରାଯିବ। ଏହାର ୧୦ ଦିନ ଭିତରେ ରିପୋର୍ଟ ଦାଖଲ ହେବ। ଏହି ପରୀକ୍ଷା ପାଇଁ ସମସ୍ତ ଖର୍ଚ୍ଚ ଆବେଦନକାରୀ ଅର୍ଥାତ ସ୍ବାମୀ ବହନ କରିବେ। ଏଥିସହିତ ପତ୍ନୀ ଓ ପିଲାଙ୍କ ସମ୍ମାନହାନିର ସମ୍ଭାବନାକୁ ଦୃଷ୍ଟିରେ ରଖି ରକ୍ତ ନମୁନା ସଂଗ୍ରହ ପୂର୍ବରୁ ଦୁଇ ଲକ୍ଷ ଟଙ୍କା ପରିବାର ଅଦାଲତରେ ଜମା କରିବାକୁ ଏହି ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯଦି ମାମଲାରେ ପତି ସଫଳ ହୁଅନ୍ତି ତେବେ ଏହି ଟଙ୍କା ସୁଧ ସହିତ ତାଙ୍କୁ ଫେରାଇ ଦିଆଯିବ। ଯଦି ପତ୍ନୀ ସଫଳ ହୁଅନ୍ତି ତେବେ ଏହି ଟଙ୍କା ସୁଧ ସହିତ ପତ୍ନୀ ଓ ପିଲାକୁ ସମାନ ଭାବେ ପ୍ରଦାନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe