ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ପାସ୍‌ପୋର୍ଟ ପାଇଁ ଆପରାଧିକ ମାମଲା ବାଧକ ନୁହେଁ

ଜଣେ ବ୍ୟକ୍ତିଙ୍କ ବିରୋଧରେ କେବଳ ମାତ୍ର ଆପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ତାଙ୍କ ପାସ୍‌ପୋର୍ଟ ଅବରୋଧ ବା ବାଜ୍ୟାପ୍ତି କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି।

fdfhfhth

କଟକ: ଜଣେ ବ୍ୟକ୍ତିଙ୍କ ବିରୋଧରେ କେବଳ ମାତ୍ର ଆପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ତାଙ୍କ ପାସ୍‌ପୋର୍ଟ ଅବରୋଧ ବା ବାଜ୍ୟାପ୍ତି କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଜଣେ ବ୍ୟକ୍ତିଙ୍କ ପାସ୍‌ପୋର୍ଟ ବାଜ୍ୟାପ୍ତି ନେଇ ପାସ୍‌ପୋର୍ଟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ଆପରାଧିକ ମାମଲା ବିଚାରାଧୀନ ଥିବା କାରଣରୁ ପାସପୋର୍ଟ ପ୍ରଦାନ ବା ନବୀକରଣ କରିବା ପ୍ରସଂଗରେ ଆଇନ‌ରେ କୌଣସି କଟକଣା ନାହିଁ। ପାସ୍‌ପୋର୍ଟ ଆଇନର ଧାରା ୧୦(୩)ରେ ଥିବା ବ୍ୟବସ୍ଥା ବାଧ୍ୟତାମୂଳକ ନୁହେଁ, ଇଚ୍ଛାଧୀନ। ଏଭଳି ସ୍ଥିତିରେ ପାସ୍‌ପୋର୍ଟ ବାଜ୍ୟାପ୍ତି ନେଇ ପ୍ରଦାନ କରାଯାଇଥିବା ନିର୍ଦ୍ଦେଶ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଆବେଦନକାରୀଙ୍କ ସପକ୍ଷରେ ପାସ୍‌ପୋର୍ଟ ଦୁଇ ସପ୍ତାହ ଭିତରେ ପୁନଃସ୍ଥାପିତ କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ.କେ.ସିପାନିଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।


ମାମଲାର ବିବରଣୀରୁ ପ୍ରକାଶ ଯେ ଆବେଦନକାରୀଙ୍କ ପାସ୍‌ପୋର୍ଟ ୨୦୨୯ ପର୍ଯ୍ୟନ୍ତ ବୈଧ ଥିଲା। ପରବର୍ତ୍ତୀ ସମୟରେ ପୁଲିସ ଆବେଦନକାରୀଙ୍କ ବିରୋଧରେ ଏକ ପ୍ରତିକୂଳ ରିପୋର୍ଟ ଦାଖଲ କରିଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଆବେଦନକାରୀଙ୍କ ବିରୋଧରେ ୨୦୧୦ରେ ଜଗତସିଂହପୁର ମେରାଇନ୍‌ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଆବେଦନକାରୀଙ୍କ ବିରୋଧରେ ଚାର୍ଜସିଟ ମଧ୍ୟ ଦାଖଲ ହୋଇଛି। ଏହାପରେ ୨୦୨୦, ଜାନୁଆରି ୨୭ ଓ ଏପ୍ରିଲ ୧୫ରେ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ପାସ୍‌ପୋର୍ଟ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନକାରୀ ଉତ୍ତର ରଖିଥିଲେ। ଅନ୍ୟପକ୍ଷରେ ଆପରାଧିକ ମାମଲା ବିଚାରାଧୀନ ଥିବାରୁ ପାସ୍‌ପୋର୍ଟ ଆଇନର ଧାରା ୧୦(୩)ରେ ଆବେଦନକାରୀଙ୍କ ପାସ୍‌ପୋର୍ଟ ବାଜ୍ୟାପ୍ତି ପାଇଁ କର୍ତ୍ତୃପକ୍ଷ ୨୦୨୨ ନଭେମ୍ବର ୪ରେ ନିର୍ଦ୍ଦେଶ ଦେଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe