୧୫ ଶିକ୍ଷକଙ୍କ ବଦଳି ସୁପାରିସ ପ୍ରସଙ୍ଗକୁ ଝଟକା: ହାଇକୋର୍ଟଙ୍କ ରହିତାଦେଶ

Advertisment

ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ପ୍ରସଙ୍ଗକୁ ଝଟକା ଲାଗିଛି। ହାଇକୋର୍ଟ ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏଥିସହିତ ବଦଳି ଆଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି।

ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ପ୍ରସଙ୍ଗକୁ ଝଟକା ଲାଗିଛି। ହାଇକୋର୍ଟ ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏଥିସହିତ ବଦଳି ଆଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି।

Orissa High Court

Orissa High Court Photograph: (sambad.in )

କଟକ: ବିଧାୟକ ଓ ସାଂସଦ ନିଜ ନିର୍ବାଚନମଣ୍ଡଳୀର ୧୫ଜଣ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ କରିବା ପ୍ରସଙ୍ଗକୁ ଝଟକା ଲାଗିଛି। ହାଇକୋର୍ଟ ଏହାକୁ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏଥିସହିତ ବଦଳି ଆଦେଶ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ଏହି ମାମଲାରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ, ଗଞ୍ଜାମ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ସୋରଡ଼ା ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ହାଇକୋର୍ଟ ‌ନୋଟିସ୍ ଜାରି କରିଛନ୍ତି। ସମାନ ପ୍ରସଙ୍ଗ ନେଇ ବିଚାରାଧୀନ ଅନ୍ୟ ଏକ ମାମଲା ସହିତ ଏହି ଆବେଦନର ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ପରବର୍ତ୍ତୀ ଶୁଣାଣି ହେବ। ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠ ନମିତା ମିଶ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

ସୋରଡ଼ା ବ୍ଲକ୍‌ର ସିଦ୍ଧପୁରସ୍ଥିତ ସରକାରୀ ପ୍ରାଥମିକ ସ୍କୁଲରୁ ବେଲଗୁଣ୍ଠା ବ୍ଲକ୍‌ ଅଧୀନ ବୋରି ଅପଗ୍ରେଡେଡ୍ ହାଇସ୍କୁଲକୁ ଆବେଦନକାରୀଙ୍କ ବଦଳି ହୋଇଥିଲା। ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତରଫରୁ ଜାରି ଜୁଲାଇ ୧୦ର ନିର୍ଦ୍ଦେଶରେ ଆବେଦନକାରୀଙ୍କ ସହିତ ବହୁ ଶିକ୍ଷକଙ୍କ ବଦଳି କରାଯାଇଥିଲା। ବିଧାୟକଙ୍କ ସୁପାରିସ ଆଧ‌ାରରେ ଆବେଦନକାରୀଙ୍କ ବଦଳି ହୋଇଥିବା ଜଣାପଡ଼ିଥିଲା। ସରକାରୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲର ପ୍ରାଥମିକ ଶିକ୍ଷକ, ଜିଲ୍ଲା ପରିଷଦ ଶିକ୍ଷକଙ୍କ ବଦଳି ପାଇଁ କୌଣସି ନିୟମ ନଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ୨୦୧୨ ମେ ୧୫ର ବିଜ୍ଞପ୍ତିରେ ଏକ ଗାଇଡ୍‌ଲାଇନ୍‌ ଉଲ୍ଲେଖ କରାଯାଇଥିଲା। ଏହି ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରି ତାଙ୍କର ବଦଳି କରାଯାଇଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଡ.ପୁରୁଷୋତ୍ତମ ଚୁଳି ଓ ଆଇନଜୀବୀ ପ୍ରୀତି ପୁଣ୍ୟତୋୟା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe