MKCG medical: ବଡ଼ଡାକ୍ତରଖାନାରେ ହାଇଡ୍ରାମା: ଅସ୍ତ୍ରୋପଚାର ବିନା ବିକ୍ରମଙ୍କୁ ବ୍ରହ୍ମପୁର ଜେଲ୍‌କୁ ଫେରାଇନେଲେ

Advertisment

ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଗଲ୍‌ବ୍ଲାଡର୍‌ ଷ୍ଟୋନ୍‌ ଅସ୍ତ୍ରୋପଚାର ଲାଗି ଅନୁମତି ପ୍ରସଙ୍ଗକୁ ନେଇ ଆଜି ଦିନତମାମ ହାଇଡ୍ରାମା ଚାଲିଲା। ଡାକ୍ତରଖାନାରୁ ଜେଲ୍‌ ଯାଏଁ ଭୀଷଣ ଯୁକ୍ତିତର୍କ।

ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଗଲ୍‌ବ୍ଲାଡର୍‌ ଷ୍ଟୋନ୍‌ ଅସ୍ତ୍ରୋପଚାର ଲାଗି ଅନୁମତି ପ୍ରସଙ୍ଗକୁ ନେଇ ଆଜି ଦିନତମାମ ହାଇଡ୍ରାମା ଚାଲିଲା। ଡାକ୍ତରଖାନାରୁ ଜେଲ୍‌ ଯାଏଁ ଭୀଷଣ ଯୁକ୍ତିତର୍କ।

ffshfshfxbvbv

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ଗଲ୍‌ବ୍ଲାଡର୍‌ ଷ୍ଟୋନ୍‌ ଅସ୍ତ୍ରୋପଚାର ଲାଗି ଅନୁମତି ପ୍ରସଙ୍ଗକୁ ନେଇ ଆଜି ଦିନତମାମ ହାଇଡ୍ରାମା ଚାଲିଲା। ଡାକ୍ତରଖାନାରୁ ଜେଲ୍‌ ଯାଏଁ ଭୀଷଣ ଯୁକ୍ତିତର୍କ। ଜେଲ୍‌ ମାନୁଆଲ୍‌ ଅନୁସାରେ, ଜଣେ ଗିରଫ ବିଚାରାଧୀନ କଏଦୀଙ୍କ ଯେକୌଣସି ଅସ୍ତ୍ରୋପଚାର ପୂର୍ବରୁ ଜେଲ୍‌ କର୍ତ୍ତୃପକ୍ଷ ଓ କଏଦୀଙ୍କ ଅନୁମତି ଡାକ୍ତରଖାନା ରେଜିଷ୍ଟର୍‌ରେ ପଞ୍ଜୀକୃତ ହେବ। ହେଲେ ଅନୁମତି ମିଳିନାହିଁ, ଅସ୍ତ୍ରୋପଚାର ହୋଇପାରିବନି କହି ବଡ଼ଡାକ୍ତରଖାନା କର୍ତ୍ତୃପକ୍ଷ ବିକ୍ରମଙ୍କୁ ଜେଲ୍‌କୁ ଫେରାଇଦେଲେ। ହେଲେ ବିକ୍ରମଙ୍କ ଯୁକ୍ତି ହେଲା, ସେ ଅନୁମତି ଦେଇସାରିଛନ୍ତି। ଏପଟେ ବଡ଼ଡାକ୍ତରଖାନା ଅଧୀକ୍ଷକଙ୍କ ସଫେଇ,ଅନୁମତି ମିଳିନି। ଏଭଳି ଦ୍ବନ୍ଦ୍ବ ଭିତରେ ବିକ୍ରମଙ୍କୁ ଆଜି ପୁଣି ଜେଲ୍‌ ହାଜତକୁ ଫେରାଇ ନିଆଯାଇଛି। ଅନ୍ୟପଟେ ତାଙ୍କୁ ଜେଲ୍ ଭିତରେ ହତ୍ୟା କରିବାକୁ ଷଡ଼୍‌ଯନ୍ତ୍ର ହୋଇଥିବା ବିକ୍ରମ ସଙ୍ଗିନ ଅଭିଯୋଗ କରିଛନ୍ତି।

Political violence is escalating in Ganjam: ଗଞ୍ଜାମରେ ଉଗ୍ରରୂପ ନେଉଛି ରାଜନୈତିକ ହିଂସା: ସମିତିସଭ୍ୟଙ୍କ ସମେତ ୪ ଜଣଙ୍କୁ ଘୋଷାରି ଆଣି ହାଣିଲେ

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୁକ୍ତ ବିକ୍ରମ ଗଲ୍‌ବ୍ଲାଡର୍‌ରେ ଷ୍ଟୋନ୍‌ ଯୋଗୁଁ ଭୀଷଣ ଯନ୍ତ୍ରଣା ଭୋଗୁଛନ୍ତି। ତେଣୁ ତାଙ୍କୁ ଜେଲ୍‌ କର୍ତ୍ତୃପକ୍ଷ ଏମ୍‌କେସିଜିରେ ଭର୍ତ୍ତି କରିଥିଲେ। ତାଙ୍କ ଚିକିତ୍ସା ପାଇଁ ୬ ଜଣିଆ ଡାକ୍ତର ଟିମ୍ ଗଠିତ ହେଲା। ଏହି ଦଳ ବିଭିନ୍ନ ପରୀକ୍ଷା ପରେ ଗଲ୍‌ବ୍ଲାଡର୍‌ ଷ୍ଟୋନ୍‌ ଅସ୍ତ୍ରୋପଚାର ଲାଗି ପରାମର୍ଶ ଦେଲେ। ଏଥିନେଇ ଜେଲ୍‌ କର୍ତ୍ତୃପକ୍ଷ ଓ ବିକ୍ରମଙ୍କ ଅନୁମତି ଆବଶ୍ୟକ ଥିଲା। 

ବିକ୍ରମ କହିଲେ ଅନୁମତି ଦେଇଛି, ଅଧୀକ୍ଷକ କହିଲେ ନା’
ଚାର୍ଜଫ୍ରେମ୍‌ କରିବାକୁ ଜବରଦସ୍ତି ନେଇଗଲେ: ଓକିଲ

ଆଜି ଅପରାହ୍‌ଣରେ ତାଙ୍କୁ ଓଟିକୁ ନିଆଯାଇଥା’ନ୍ତା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ହଠାତ୍ ବିକ୍ରମଙ୍କୁ ଡିସ୍‌ଚାର୍ଜ କରିଦିଆଗଲା। ଯାହାକୁ ନେଇ ବିକ୍ରମ ଓ ମେଡିକାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଭୀଷଣ ଯୁକ୍ତିତର୍କ ଚାଲିଲା। ଏମ୍‌କେସିଜି ବଡ଼ମେଡିକାଲ ଅଧୀକ୍ଷକ ଡା.ଦୁର୍ଗାମାଧବ ଶତପଥୀ କହିଛନ୍ତି, ବିକ୍ରମ ଗୁରୁତର ଥିଲେ। ତାଙ୍କ ପାଇଁ ସର୍ଜରି ଜରୁରୀ ଥିଲା। ଓଟି ବି ପ୍ରସ୍ତୁତ କରି ରଖାଯାଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ବିକ୍ରମ ଅସ୍ତ୍ରୋପଚାର ଲାଗି ଲିଖିତ ଅନୁମତି ଦେଇ ନ ଥିବାରୁ ତାଙ୍କ ବିନା ଅନୁମତିରେ ସର୍ଜରି ସମ୍ଭବ ନଥିଲା। 

CBI in Berhampur: ପୁଲିସ ଏସ୍‌ଆଇ ନିଯୁକ୍ତି କେଳେଙ୍କାରୀ: ବ୍ରହ୍ମପୁରରେ ସିବିଆଇ, ୩ ଅଭିଯୁକ୍ତଙ୍କ ଜାମିନ ଖାରଜ, ଜଣେ ଓହରିଗଲେ

ଅନ୍ୟପଟେ, ଏକ ଭାଇରାଲ୍‌ ଭିଡିଓରେ ବିକ୍ରମ କହୁଛନ୍ତି, ସେ ସର୍ଜରି ଲାଗି ରାଜି ଥିବା ସହ ଅନୁମତି ଦେଇଛନ୍ତି। ହେଲେ ବଡ଼ଡାକ୍ତରଖାନା କର୍ତ୍ତୃପକ୍ଷ କୌଣସି ଏକ ଗଭୀର ଷଡ଼୍‌ଯନ୍ତ୍ରର ଭାଗୀଦାର ହୋଇ, ଚାପର ବଶବର୍ତ୍ତୀ ହୋଇ ତାଙ୍କୁ ଡିସ୍‌ଚାର୍ଜ କରୁଛନ୍ତି। ତାଙ୍କ ବିରୋଧରେ ରାଜନୈତିକ ଷଡ଼୍‌ଯନ୍ତ୍ର ହୋଇଛି ବୋଲି ସେ କହିଛନ୍ତି। ବିକ୍ରମଙ୍କ ତରଫରୁ ତାଙ୍କ ଓକିଲ ଦୀପକ ପଟ୍ଟନାୟକ କହିଛନ୍ତି, ବିକ୍ରମଙ୍କୁ ଜେଲ୍‌ ଭିତରେ ମାରିଦେବାକୁ ଯୋଜନା ହୋଇଛି ଏବଂ ଆଜିର ଘଟଣା ସେହି ଷଡ଼୍‌ଯନ୍ତ୍ରର ଅଂଶବିଶେଷ। ଏନେଇ ବିକ୍ରମ ତାଙ୍କୁ ଅବଗତ କରିଛନ୍ତି। ସେ ଏ ବିଷୟରେ ଅତିଶୀଘ୍ର କୋର୍ଟଙ୍କୁ ଅବଗତ କରିବେ। ୧୭ ତାରିଖରେ କୋର୍ଟରେ ବିକ୍ରମଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ଚାର୍ଜଫ୍ରେମ୍‌ ହେବାର ଅଛି। ସେଥିପାଇଁ ତରବରିଆ ଭାବେ ତାଙ୍କୁ ମେଡିକାଲ୍‌ରୁ ଜେଲ୍‌କୁ ଫେରାଇ ନିଆଯାଇଛି। ଡାକ୍ତରଖାନାରେ ଥିବା ସମୟରେ ତାଙ୍କୁ ଡାକ୍ତରଖାନାରେ ଯୋଗାଇ ଦିଆଯାଉଥିବା ଖାଦ୍ୟ ବଦଳରେ ଜେଲ୍‌ ଖାଦ୍ୟ ଦିଆଯାଉଥିବାରୁ ଅନେକ ଆଶଙ୍କା ଦେଖାଦେଇଛି। ବିକ୍ରମଙ୍କ ଅଭିଯୋଗ ଯଦି ସତ ହୁଏ ତେବେ ସରକାରୀ ଦଳର କିଛି ନିର୍ଦ୍ଦିଷ୍ଟ ଲୋକ ଦାୟୀ ରହିବେ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe