ଆଜି କୋଟିଆ ଯିବ ଉଚ୍ଚସ୍ତରୀୟ ଟିମ୍‌

Advertisment
ଓଡ଼ିଶା ମାଟିରେ ଆନ୍ଧ୍ରର ରାଜ୍

କୋରାପୁଟ : ବିବାଦୀୟ କୋଟିଆରେ ଆନ୍ଧ୍ରର ଦାଦାଗିରି ବଢି ବଢି ଚାଲିଥିଲା ବେଳେ ଆସନ୍ତାକାଲି ଓଡ଼ିଶା ସରକାରଙ୍କ ଏକ ଉଚ୍ଚ ସ୍ତରୀୟ ଟିମ କୋଟିଆ ଗସ୍ତରେ ଯିବ। ଏହି ଟିମ ସେଠାକାର ସ୍ଥିତି ଅନୁଧ୍ୟାନ କରି ସରକାରଙ୍କ ରିପୋର୍ଟ ଦେବ। ଏହି ଟିମ୍‌ ସହ କୋରାପୁଟ ଜିଲ୍ଲାପାଳ ଓ ଏସପି ମଧ୍ୟ ସେଠାକୁ ଯିବେ ବୋଲି ଜଣାପଡିଛି। କେବିକେ ପ୍ରଶାସକ ଏସ.ପି ଠାକୁରଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଏହି ଟିମରେ ପୁଲିସ ଆଇଜି ସଂଜୀବ ପଣ୍ଡା, ରାଜସ୍ୱ ବିଭାଗ ନିର୍ଦ୍ଦେଶକ ଅଶୋକ କୁମାର ନାୟକ, ଅତିରିକ୍ତ ଶାସନ ସଚିବ ଶଶଧନ ନାୟକ, ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଆଶୁତୋଷ ମଲ୍ଲିକ ପ୍ରମୁଖ ରହିଛନ୍ତି। ଏମାନେ ଆଜି ସନ୍ଧ୍ୟାରେ ଆସି କୋରାପୁଟରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe