Shivratri: ଲିଙ୍ଗରାଜଙ୍କ ଜାଗର ଯାତ୍ରା ନେଇ ସମୀକ୍ଷା: ଶୃଙ୍ଖଳିତ ନୀତିକାନ୍ତି ଓ ଦର୍ଶନ ଉପରେ ଗୁରୁତ୍ୱ

Advertisment

ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତିସମ୍ପନ୍ନ ସହ ଜାଗର ଯାତ୍ରାକୁ ସଫଳ କରିବା ନେଇ ବିଭିନ୍ନ ବିଭାଗ, ନିଯୋଗ ଏବଂ ସେବାୟତ ପ୍ରତିନିଧିଙ୍କୁ ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତିସମ୍ପନ୍ନ ସହ ଜାଗର ଯାତ୍ରାକୁ ସଫଳ କରିବା ନେଇ ବିଭିନ୍ନ ବିଭାଗ, ନିଯୋଗ ଏବଂ ସେବାୟତ ପ୍ରତିନିଧିଙ୍କୁ ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

prithivraj

ଭୁବନେଶ୍ୱର: ଲିଙ୍ଗରାଜ ମହାପ୍ରଭୁଙ୍କ ଶୃଙ୍ଖଳିତ ରୀତିନୀତିସମ୍ପନ୍ନ ସହ ଜାଗର ଯାତ୍ରାକୁ ସଫଳ କରିବା ନେଇ ବିଭିନ୍ନ ବିଭାଗ, ନିଯୋଗ ଏବଂ ସେବାୟତ ପ୍ରତିନିଧିଙ୍କୁ ନେଇ ଏକ ସମୀକ୍ଷା ବୈଠକ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଜି ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ଜାଗର ଯାତ୍ରା ଭଳି ମହୋତ୍ସବ କେବଳ ଜଣଙ୍କ ଉଦ୍ୟମରେ କେବେ ବି ସମ୍ଭବ ନୁହେଁ। ଏଥି ପାଇଁ ସେବାୟତସମୂହ, ନିଯୋଗ, ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ, ମହାନଗର ନିଗମ, ଅଗ୍ନିଶମ ସେବା, ଏପରିକି ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ସମୟ ଅନୁସାରେ ନୀତିକାନ୍ତି ସମ୍ପନ୍ନ, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନଠାରୁ ଆରମ୍ଭ କରି ମହାଦୀପ ଉଠିବା ପର୍ଯ୍ୟନ୍ତ ସବୁକୁ ସୁଚାରୁ ରୂପେ ସମ୍ପନ୍ନ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଜାଗର ଅବସରରେ ନକଲି ପାସ୍‌ଧାରୀ ସେବାୟତ ଏବଂ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।ଲିଙ୍ଗରାଜ ମହାପ୍ରଭୁ ଜାଗର ଯାତ୍ରାକୁ କେବଳ ରାଜ୍ୟ କିମ୍ବା ଦେଶ ନୁହେଁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ଶିବଭକ୍ତମାନେ ଚାହିଁ ରହିଥାନ୍ତି। ତେଣୁ ଏହାକୁ ସଫଳ କରିବା ନେଇ ବିଭିନ୍ନ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। 

ଏହି ଅବସରରେ ଜାଗର ସମୟରେ ମନ୍ଦିର ପରିସର ସଫେଇ ବ୍ୟବସ୍ଥା, ଆଲୋକୀକରଣ, ବାରିକେଟିଂ, ପାର୍କିଂ, ପରିମଳ, ପାନୀୟ ଜଳ ବ୍ୟବସ୍ଥା, ଭକ୍ତଙ୍କ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ଛାୟାକରଣ ଓ ପବନ ଚଳାଚଳ ବ୍ୟବସ୍ଥା, ଅଗ୍ନି ନିରାପତ୍ତା, ଭିଡ଼ ଓ ଟ୍ରାଫିକ୍‌ ପରିଚାଳନା, ମନ୍ଦିର ତଥା ଆଖପାଖ ଅଞ୍ଚଳର ସାଜସଜ୍ଜା, କଣ୍ଟ୍ରୋଲ ରୁମ୍‌, ସିସିଟିଭି ବ୍ୟବସ୍ଥା ଏବଂ ଗଣମାଧ୍ୟମ ଜରିଆରେ ସୁଚାରୁ ରୂପେ ଏହାର ପ୍ରସାରଣ ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। 

ଆହୁରି ପଢ଼ନ୍ତୁ: Supreme Court: ଏସ୍ଆଇଆର୍‌ରେ ବାଧା ସୃଷ୍ଟି କରିବାକୁ ଦିଆଯିବନି: ସୁପ୍ରିମକୋର୍ଟ

ଏହି ବୈଠକରେ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ, ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଡ. ପବିତ୍ର ମୋହନ ସାମଲ, ଦେବୋତ୍ତର କମିସନର ଲଲାଟେନ୍ଦୁ ଜେନା, ଦ୍ଵୈତ ନଗରୀ ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ ରମେଶ କୁମାର ଜେନା, ଆଇନ ବିଭାଗ ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର, ଅବକାରୀ ବିଭାଗ ଅତିରିକ୍ତ ଶାସନ ସଚିବ ରୁଦ୍ର ନାରାୟଣ ମହାନ୍ତିଙ୍କ ସମେତ ମନ୍ଦିର ନିଯୋଗ, ସେବାୟତ, ଭାରତୀୟ ପ୍ରନିତତ୍ତ୍ୱ ବିଭାଗ, ପୂର୍ତ୍ତ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ, ଟିପିଡିଓସିଏଲ୍‌, ୱାଟ୍‌କୋ, କ୍ରୁଟ୍‌, କ୍ୟାପିଟାଲ୍‌ ହସ୍‌ପିଟାଲର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe