ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଅବଧି ମାସେ ବଢ଼ିଲା

ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ୱର୍ ମାମଲାରେ ସତ୍ୟପାଠ ଦାଖଲ କଲା ରାଜ୍ୟ ପରିବହନ ବିଭାଗ

ET Auto

କଟକ : ଓଡ଼ିଶାରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ନମ୍ବର ପ୍ଲେଟ (ଏଚଏସ୍‌ଆର୍‌ପି) ଆବେଦନ ସମୟସୀମାକୁ ରାଜ୍ୟ ପରିବହନ ବିଭାଗ ପୁଣି ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ଅବଧି ଫେବ୍ରୁଆରି ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ଗାଡି କିଣିଥିବା ମାଲିକମାନେ ସେମାନଙ୍କ ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିପାରିବେ। ୧, ୨, ୩, ୪ରେ ଶେଷ ହେଉଥିବା ଗାଡି ଗୁଡିକ ନ‌ଭେମ୍ବର ୩୦ ତାରିଖ ସୁଦ୍ଧା ନମ୍ବର ପ୍ଲେଟ୍ ପାଇଁ ଆବେଦନ କରିପାରିବେ। ୫, ୬, ୭ ଓ ୮ ଶେଷ ନମ୍ବର ଥିବା ଗାଡି ଗୁଡିକ ପାଇଁ ଡିସେମ୍ବର ୩୧ ତାରିଖ ଧାର୍ଯ୍ୟ କରାଯାଇଛି। ୯ ଓ ୦ ନମ୍ବର ରେ ଶେଷ ହେଉଥିବା ଗୁଡିକ ପାଇଁ ଏହା ଫେବ୍ରୁଆରି ୨୮ ତାରିଖ ଶେଷ ସମୟ ସୀମା ଧାର୍ଯ୍ୟ କରାଯାଇଛି।

ପ୍ରେସ ବିବୃତିରେ ପରିବହନ ବିଭାଗର ଯୁଗ୍ମ କମିସନର ଦୀପ୍ତିରଂଜନ ପାତ୍ର( ଟେକ୍ନିକାଲ) କହିଛନ୍ତି କି, ଅକ୍ଟୋବର ୨୮ ତାରିଖ ସୁଦ୍ଧା ରାଜ୍ୟରେ ୨୯ଲକ୍ଷ ୫୯ ହଜାର ୫୪୪ ଗାଡି ମାଲିକ ସ୍ଲଟ୍ ନମ୍ବର ପ୍ଲେଟ ଲଗାଇବାକୁ ସ୍ଲଟ୍ ବୁକିଂ କରିଛନ୍ତି। ସେଥିରୁ ୧୧ଲକ୍ଷ ୭୩ ହଜାର ୪୫୯ ଗାଡିରେ ନମ୍ବର ପ୍ଲେଟ୍ ଲଗାଯାଇଛି। ଗାଡିମାଲିକମାନେ ବର୍ତ୍ତମାନ ସେମାନଙ୍କ ସୁବିଧା ପାଇଁ ରାଜ୍ୟର ନିକଟସ୍ଥ ମୋ ସେବା କେନ୍ଦ୍ର ମାଧ୍ୟମରେ ଏଥିପାଇଁ ଆବେଦନ କରିପାରିବେ। ବର୍ତ୍ତମାନ ପର୍ଯ୍ୟନ୍ତ ବୁକିଂ ସୁବିଧା କେବଳ ଅନଲାଇନ୍ ପୋର୍ଟାଲରେ ଉପଲବ୍ଧ ଥିବା ବେଳେ ଏବେ ଏହାକୁ ଅଧିକ ସହଜ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe