ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ସ୍ଲଟ୍‌: ଦୈନିକ ବୁକିଂ ୨୫ ହଜାରକୁ ବୃଦ୍ଧି

ଧମକାଉଥିଲେ, ଏବେ ଚୁପ୍: ବିନା ହାଇସିକ୍ୟୁରିଟି ନମ୍ବର୍‌ ପ୍ଲେଟ୍‌ରେ ଗଡ଼ୁଛି ୩୦ଲକ୍ଷ ଗାଡ଼ି

Odisha Bytes

କଟକ : ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି)କୁ ନେଇ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ହାଇକୋର୍ଟଙ୍କୁ ସତ୍ୟାପାଠ ମାଧ୍ୟମରେ ବିସ୍ତୃତ ସୂଚନା ଦେଇଛନ୍ତି। ଏସଟିଏ ପକ୍ଷରୁ ନିଆଯାଇଥିବା ପଦ‌କ୍ଷେପ ଯୋଗୁଁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍‌ ନମ୍ବର ପ୍ଲେଟ୍ ପାଇଁ ଦୈନିକ ସ୍ଲଟ୍ ବୁକିଂ ୨୫ ହଜାରକୁ ବୃଦ୍ଧି ପାଇଛି। ନଭେମ୍ବର ମାସ ପାଇଁ ମଧ୍ୟ ଏହି ସ୍ଲଟ୍ ଉପଲବ୍ଧ ରହିଛି।

ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ କୁହାଯାଇଛି ଯେ ଓଇଏମ (ଯାନ ନିର୍ମାତା)ଙ୍କୁ ସେମାନଙ୍କ ସ୍ଲଟ୍ କ୍ଷମତା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଫଳରେ ଗାଡ଼ିମାଲିକମାନେ ସ୍ବଳ୍ପ ସମୟରେ ନମ୍ବର ପ୍ଲେଟ ପାଇଁ ସହଜରେ ସ୍ଲଟ୍ ବୁକିଂ କରିପାରିବେ। ଓଡ଼ିଶା କମ୍ପ୍ୟୁଟର ଆବେଦନ କେନ୍ଦ୍ର(ଓକାକ) ସହାୟତା‌ରେ ରାଜ୍ୟର ସମସ୍ତ ମୋ ସେବା କେନ୍ଦ୍ରରେ ଅନଲ‌ାଇନ୍ ସ୍ଲଟ୍ ବୁକିଂ ବ୍ୟବସ୍ଥ‌ା କରାଯାଇଛି। ସମସ୍ତ ଆର୍‌ଟିଓ ଓ ଏଆରଟିଓ କାର୍ଯ୍ୟାଳୟ( ୩୮ଟି) ଅଫିସରେ ମଧ୍ୟ ଏହି ସୁବିଧା ଉପଲବ୍ଧ କରାଯାଇଛି। ରାଜ୍ୟର ୮୮ଟି ସ୍ଥାନରେ ଓଇଏମ ଫିଟମେଣ୍ଟ୍ ବ୍ୟବସ୍ଥା କରାଯାଇଥିବା ନେଇ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୨୯ଲକ୍ଷ ପୁରୁଣା ଗାଡ଼ିମାଲିକ ସେମାନଙ୍କ ଗାଡ଼ିର ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ସ୍ଲଟ୍ ବୁକିଂ କରି ସାରିଛନ୍ତି। ସେଥିରୁ ୨୦୦ ଗାଡି ମାଲିକଙ୍କଠାରୁ ଅଭିଯୋଗ ମିଳିଥିବା ବେଳେ ଏସଟିଏ ଓ ଓଇଏମ ପ୍ରାଧିକୃତ ବିକ୍ରେତାମାନେ କଲ୍‌ ସେଣ୍ଟର ଦ୍ବାରା ଏହା ସମାଧାନ କରିଛନ୍ତି। ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ବଦଳାଇବା ସମୟରେ କିମ୍ବା ଅନ୍ୟ କୌଣସି କାରଣବଶତଃ ଏଥିରେ କିଛି କ୍ଷତି ଘଟିଲେ ଗାଡି ମାଲିକ ଏହାକୁ ବଦଳାଇବା (ରିପ୍ଲେସମେଣ୍ଟ୍) ପାଇଁ ବୁକିଂ କରିପାରିବେ। ଏଥିପାଇଁ ଏକ ଏସ୍‌ଓପି ପ୍ରସ୍ତୁତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe