ଭୁବନେଶ୍ବର: ହାଇସିକ୍ୟୁରିଟି ଏହି ନମ୍ୱର୍ ପୁରୁଣା ନମ୍ୱର୍ ଫର୍ମାଟ ଠାରୁ ଅଧିକ ଉନ୍ନତ। ଏହାକୁ ସହଜରେ ପୁରୁଣା ନମ୍ୱର୍ ପ୍ଲେଟ ଭଳି ଟାମ୍ପରିଂ କରି ହେବ ନାହିଁ କି ଫ୍ୟାନ୍ସି ଡିଜାଇନ୍ ବି କରିପାରିବେ ନାହିଁ। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଯୁଗ୍ମ ସଚିବ ଦୀପ୍ତି ରଂଜନ ପାତ୍ର ଏହା କହିଛନ୍ତି। ରାସ୍ତାରେ ଲାଗିଥିବା କ୍ୟାମେରା ଏହି ନମ୍ୱର୍ ପ୍ଲେଟ୍କୁ ସହଜରେ ରିଡ୍ କରିପାରିବ।, ଯାହାଦ୍ବାରା ଅପରାଧ ଘଟାଇ ଚାଲି ଯାଉଥିବା ଗାଡି ଓ ଚାଳକଙ୍କୁ ସହଜରେ ଡିଟେକ୍ଟ କରିହେବ। ଏହି ନମ୍ୱର୍ ପରିବହନ ବିଭାଗ ଅନୁମତି ପ୍ରାପ୍ତ ସଂସ୍ଥା ହିଁ କେବଳ ଏହି ନୂଆ ପ୍ଲେଟ ଆପଣକୁ ଦେଇପାରିବେ। ବାହାରେ ବସି ନମ୍ୱର୍ ପ୍ଲେଟ ବନାଉଥିବା ସଂସ୍ଥା ଆପଣକୁ ଏହି ନମ୍ୱର୍ ପ୍ଲେଟ ଦେଇପାରିବ ନାହିଁ। ତେଣୁ କିଏ କଣ ବିରୋଧ କଲା ସେଥିରେ କିଛି ଯାଏ ଆସେ ନାହିଁ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us