Advertisment

ଦ୍ରୁତଗତି ସମ୍ପନ୍ନ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

Advertisment
ଦ୍ରୁତଗତି ସମ୍ପନ୍ନ ‘ଅଭ୍ୟାସ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର: ଚାନ୍ଦିପୁର ଆଇଟିଆର୍‌ ପରିସରରୁ ଗୁରୁବାର ଦ୍ରୁତଗାମୀ କ୍ଷେପଣାସ୍ତ୍ର ‘ଅଭ୍ୟାସ’ର ସଫଳ ପରୀକ୍ଷଣ କରାଯାଇଛି। ଏକ ଚାଳକବିହୀନ ପ୍ରତିରୂପ କ୍ଷେପଣାସ୍ତ୍ର ପ୍ରଥମେ ଆକାଶ ମାର୍ଗକୁ ନିକ୍ଷେପ କରାଯିବା ପରେ ତାକୁ ଲକ୍ଷ୍ୟଭେଦ କରିଥିଲା ଏହି କ୍ଷେପଣାସ୍ତ୍ର। ଆଜିର ପରୀକ୍ଷା ଥିଲା ‘ଅଭ୍ୟାସ’ର ଦଶମ ପରୀକ୍ଷଣ। ପ୍ରତିରକ୍ଷା ଗବେଷଣା ବିକାଶ ସଂସ୍ଥା (ଡିଆରଡିଓ) ପକ୍ଷରୁ ସ୍ବଦେଶୀ ଜ୍ଞାନ କୌଶଳରେ ବିକଶିତ ହୋଇଥିବା ‘ଅଭ୍ୟାସ’ ଏକ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ର। ଯାହା ରାଡାର ଓ ଇଲେକ୍ଟ୍ରୋ

ଅପ୍‌ଟିକ ସିଷ୍ଟମ୍‌ ଭଳି ସ୍ବୟଂଚାଳିତ ବ୍ୟବସ୍ଥା ଦ୍ବାରା ପରିଚାଳିତ। ଏଥିରେ ଗ୍ୟାସ୍‌ ଟର୍ବାଇନ୍‌ ଇଞ୍ଜିନ, ଏମ୍‌ଇଏମ୍‌ଏସ୍‌ ନାଭିଗେସନ୍‌ ସିଷ୍ଟମ୍‌ ପ୍ରଭୃତି ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବସ୍ଥା ରହିଛି। ବେଙ୍ଗାଲୁରୁସ୍ଥିତ ଡିଆରଡିଓର ଏରୋନଟିକାଲ୍‌ ଡେଭେଲପ୍‌ମେଣ୍ଟ ଏଷ୍ଟାବ୍ଲିସ୍‌ମେଣ୍ଟ ଦ୍ବାରା ଏହାର ଡିଜାଇନ୍ କରାଯାଇଥିବା ବେଳେ ହିନ୍ଦୁସ୍ତାନ ଏରୋନଟିକ୍‌ସ ଲିମିଟେଡ୍‌ (ଏଚ୍‌ଏଏଲ) ଓ ଲାରସେନ୍‌ ଏବଂ ଟର୍‌ବୋ ଏହାକୁ ପ୍ରସ୍ତୁତ କରିଛନ୍ତି। ‘ଅଭ୍ୟାସ’ର ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପ୍ରତିରକ୍ଷା ସଚିବ ତଥା ଡିଆରଡିଓର ଚେୟାରମେନ୍‌ ଡ.ସମୀର.ଭି.କାମାତ୍‌ ଡିଆର୍‌ଡିଓର ସମସ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe