ହାଇଟେକ୍ ଗ୍ରୁପ୍ ମୁଖ୍ୟଙ୍କ ଅପିଲ ଉପରେ ପୂର୍ଣ୍ଣାଙ୍ଗ ଶୁଣାଣି ୮ରେ

Advertisment
ଶୈଳଶ୍ରୀବିହାରରେ ପୁଲିସ୍ ବିଟ୍ ହାଉସ୍ ବନ୍ଦ, କୋର୍ଟରେ ମାମଲା ରୁଜୁ

କଟକ: ହାଇଟକ୍ ଗ୍ରୁପ ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ୫ଟି ଅପିଲର ଆଜି ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀଙ୍କୁ ନେଇ ଗଠିତ ଖଣ୍ତପୀଠରେ ଶୁଣାଣି ହୋଇଛି। ୨୦୧୯, ଜାନୁଆରି ୮ରେ ସମସ୍ତ ମାମଲାର ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ସରକାରଙ୍କ ପକ୍ଷରୁ ଆଇନଜୀବୀ ବିବେକାନନ୍ଦ ଭୂୟାଁ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ସୁପ୍ରିମକୋର୍ଟ ତିରୁପତିଙ୍କ ଜାମିନ ଆବେଦନ ଉପରେ ୨୦୧୪ରେ ଶୁଣାଣି କରି ୬୩.୫୫କୋଟି ଟଙ୍କା ଜମା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ଏହି ଟଙ୍କା କଟକ ସ୍ବତନ୍ତ୍ର ଅଦାଲତକୁ ଟ୍ରାନ୍ସଫର ହୋଇ ଆସିଥିଲା। ଏହି ଟଙ୍କା ହାଇଟେକ୍ ଗ୍ରୁପ୍ ଦ୍ବାରା କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବଣ୍ଟନ କରିବା ପାଇଁ ସରକାର ଅଦାଲତରେ ଆବେଦନ କରିଥିଲେ। ଏହି ଟଙ୍କା ଜମା କରିବା ବେଳେ ରହିଥିବା ଆଇନ ପରବର୍ତ୍ତୀ ସମୟରେ ‌ସଂଶୋଧନ କରାଯାଇଥିଲା। କମ୍ପାଉଣ୍ଡିଂ ପ୍ରସଂଗରେ ଆଇନରେ ସଂଶୋଧନ ଅଣାଯାଇଥିଲା। ଟଙ୍କା ଜମା କରିବା ବେଳେ ପ୍ରଚଳିତ ଆଇନ ଅନୁସାରେ ପଦକ୍ଷେପ ନିଆ ନ ଯାଇ ସଂଶୋଧିତ ଆଇନ ଅନୁସରଣ କରାଯିବା ଗ୍ରହଣୀୟ ନୁହେଁ ଦର୍ଶାଇ ଆବେଦନକାରୀ ଅପିଲ ଦାୟର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe