ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ମୁଖ୍ୟ ନିର୍ବାହୀଙ୍କୁ ହାଜିରା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Advertisment

ମଙ୍ଗଳାଯୋଡିରେ ମୋଟର ବୋଟ୍ ଚାଲିବା ଓ ବିଦେଶାଗତ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ପ୍ରସଙ୍ଗ

ମଙ୍ଗଳାଯୋଡିରେ ମୋଟର ବୋଟ୍ ଚାଲିବା ଓ ବିଦେଶାଗତ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ପ୍ରସଙ୍ଗ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

କଟକ: ଚିଲିକାକୁ ଦେଶ ବିଦେଶରୁ ଆସୁଥିବା ପକ୍ଷୀଙ୍କୁ ‘ରାଜ୍ୟ ଅତିଥି’ ମାନ୍ୟତା ଓ ମଙ୍ଗଳାଯାଡିରେ ମୋଟର ବୋଟ ଚାଲିବା ପ୍ରସଙ୍ଗକୁ ନେଇ ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ଜଙ୍ଗଲ ଓ ପରିବେଶ ବିଭାଗ ସଚିବ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଚିଲିକା ବଣ୍ୟଜନ୍ତୁ ଡିଭିଜନ ଡିଏଫଓଙ୍କୁ ନୋଟିସ୍ ଜାରି କରିଛନ୍ତି। ମଙ୍ଗଳାଯୋଡିରେ କେଉଁ ପରିସ୍ଥିତିରେ ମୋଟର ବୋଟ ଚାଲିଛି ସେ ନେଇ ଜବାବ ରଖିବାକୁ ହାଇକୋର୍ଟ ପ୍ରତିପକ୍ଷଙ୍କୁ କହିଛନ୍ତି। ଏଥି ସହିତ ଆସନ୍ତା ୧୧ ତାରିଖ ଦିନ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ମୁଖ୍ୟ ନିର୍ବାହୀ ଅଧିକାରୀଙ୍କୁ ଭର୍ଚୁଆଲ ମୋଡରେ ବ୍ୟକ୍ତିଗତ ଭାବେ ହାଜର ହୋଇ ମଙ୍ଗଳାଯୋଡିରେ ମୋଟର ବୋଟ ଚାଲିବା ପ୍ରସଙ୍ଗରେ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଏସ. ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେବକର ବେହେରାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଟାଙ୍ଗୀ ମଙ୍ଗଳାଯୋଡିର ଶ୍ରୀ ବେହେରାଙ୍କ ତରଫରୁ ଦ‌ାୟର ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି ଯେ ଚିଲିକା ହେଉଛି ପ୍ରବାସୀ ପକ୍ଷୀମାନଙ୍କ ପାଇଁ ଭାରତୀୟ ଉପମହାଦେଶର ସବୁଠାରୁ ବଡ଼ ଶୀତକାଳୀନ ବାସସ୍ଥାନ। ହଜାର ହଜାର ମାଇଲ ଦୂରରୁ ଚିଲିକାକୁ ପକ୍ଷୀମାନେ ଆସୁଛନ୍ତି। ୧୦ କିଲୋମିଟରରୁ ଅଧିକ ବ୍ୟାପ୍ତ ମଙ୍ଗଳାଯୋଡି ଅଞ୍ଚଳରେ ବିଶେଷ ଭାବେ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଏହି ପକ୍ଷୀମାନେ ବହୁତ ଲାଜକୁଳା ହୋଉଥିବା ବେଳେ ଅଧିକ ଶବ୍ଦ ହେଲେ ପଳାଇ ଯାଇଥାନ୍ତି। ଦେଶୀ ଡଙ୍ଗାରେ ଯାଇ ଏହି ପକ୍ଷୀମାନଙ୍କୁ ଦୂରରୁ ଦେଖି ହେବ। କିନ୍ତୁ କିଛିଦିନ ହେବ କେତେକ ମତ୍ସଜୀବୀ ମଙ୍ଗଳାଯୋଡିରେ ମୋଟର ଚାଳିତ ଡଙ୍ଗା ଚଳାଉଥିବା ଦେଖିବାକୁ ମିଳୁଛି। ମୋଟର ଚାଳିତ ଡଙ୍ଗା ଚାଲିବା ଦ୍ବାରା ପକ୍ଷୀମାନେ ଭୟଭିତ ହୋଇ ପଡୁଛନ୍ତି ଓ ଏହାର କୁପ୍ରଭାବ ପରିବେଶ ଉପରେ ମଧ୍ୟ ପଡୁଛି। ମଙ୍ଗଳାଯୋଡି ଅଞ୍ଚଳକୁ ସାଇଲେଣ୍ଟ ଜୋନ ଭାବେ ଘୋଷଣା କରାଯିବା ଆବଶ୍ୟକ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଏଠାରେ ବେଆଇନ ମୋଟର ଚାଳିତ ଡଙ୍ଗା ଚଳାଚଳ ଉପରେ ଅଙ୍କୁଶ ଜାରି କରାଯିବା ସହିତ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe