ବିଜେପୁର ନିର୍ବାଚନୀ ଅନିୟମିୟତା ମାମଲାର ପୂର୍ଣ୍ଣଛେଦ ପଡ଼ିଲା : ଉପନିର୍ବାଚନ ଲାଗି ରାସ୍ତା ସଫା

ଓଡ଼ିଶା ହାଇକୋର୍ଟ ଫେରିବେ ଜଷ୍ଟିସ ପ୍ରମଥ ପଟ୍ଟନାୟକ, ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ

କଟକ: ବିଜେପୁର ନିର୍ବାଚନକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲା ଆଉ ଆଗକୁ ଚାଲିପାରିବ ନାହିଁ ବୋଲି ମାନ୍ୟବର ଓଡ଼ିଶା ହାଇକୋର୍ଟ ରାୟ ଦେଇଛନ୍ତି। ୨୦୧୪ ମସିହାରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ କୁମାର ଆଚାର୍ଯ୍ୟ କଂଗ୍ରେସର ବିଜୟୀ ପ୍ରାର୍ଥୀ ସୁବଳ ସାହୁଙ୍କ ନାମରେ ଏହି ମାମଲା ଦାୟର କରିଥିଲେ। ଯେହେତୁ ମାମଲାରେ ପକ୍ଷଭୁକ୍ତ  ଥିବା ସୁବଳ ସାହୁଙ୍କର ମୃତ୍ୟୁ ହୋଇଛି ତେଣୁ ଏହି ମାମଲା ଆଉ ଚାଲିବାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମାନ୍ୟବର ହାଇକୋର୍ଟ।

ଉଲ୍ଲେଖଯୋଗ୍ୟ କି ବିଜେପୁର ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁପରେ ଏଠାରେ ଉପନିର୍ବାଚନ ହେବାକୁ ଥିଲେ ହେଁ ନିର୍ବାଚନ କମିସନ୍‌ ହାଇକୋର୍ଟରେ ମାମଲା ଥିବାରୁ ଏ ନେଇ ଘୋଷଣା କରି ନ ଥିଲେ। ଆଜିର ରାୟ ଫଳରେ ବିଜେପୁର୍‌ ଉପନିର୍ବାଚନ ଲାଗି ପଥ ପରିଷ୍କାର ହୋଇଛି। ବର୍ତ୍ତମାନ ନିର୍ବାଚନ କମିସନ୍‌ ଉପନିର୍ବାଚନ ନେଇ ବିଜ୍ଞପ୍ତି ଜାରି କରିପାରିବେ।

୨୦୧୪ ମସିହାରେ ଏହି ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ମାତ୍ର ୪୫୮ଟ ଭୋଟରେ ନିର୍ବାଚନରେ ହାରି ଯାଇଥିବା ପ୍ରସନ୍ନ୍‌ କୁମାର ଆଚାର୍ଯ୍ୟ ତାଙ୍କର ପ୍ରତିପକ୍ଷ ସୁବଳ ସାହୁଙ୍କ ନାମରେ ଅନିୟମିତତା ଅଭିଯୋଗ ଆଣି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ଲାଗି ଆବେଦନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe