Higher Education Department issues strict instructions to all colleges and universities Photograph: (sambad.in)
ଭୁବନେଶ୍ବର: ବାଲେଶ୍ବର ଘଟଣା ପରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତାଗିଦ୍ କରାଯାଇଛି। ଏହି ଘଟଣା ପରେ ସରକାରଙ୍କ ଚେତା ପଶିଛି। ସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନକୁ ନେଇ ତାଗିଦ୍ କରାଯାଇଛି। ୨୪ ଘଣ୍ଟା ମଧ୍ୟରେ ଅନ୍ତରୀଣ ଅଭିଯୋଗ କମିଟିର ସ୍ଥିତିକୁ ଉଚ୍ଚ ଶିକ୍ଷା ବିଭାଗକୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
କମିଟି ସଦସ୍ୟଙ୍କ ନାମ ଏବଂ ଯୋଗାଯୋଗ ନମ୍ବର ଏଚଆଇଏମଏସ ପୋର୍ଟାଲରେ ଅପଲୋଡ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଯଥାଶୀଘ୍ର ମହିଳା ଯୌନ ଶୋଷଣ ଏବଂ ଅଭିଯୋଗ ନେଇ ଏକ କର୍ମଶାଳା କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।
ଅଧିକ ପଢ଼ନ୍ତୁ: ବିଜେପିର ସାଙ୍ଘାତିକ ଅଭିଯୋଗ: ବାଲେଶ୍ବର ଛାତ୍ରୀ ଘଟଣା ପଛରେ କଂଗ୍ରେସର ହାତ
ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସବୁ କଲେଜକୁ ନିର୍ଦ୍ଦେଶ। ଯୌନ ନିର୍ଯାତନା ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି। ନିଜ କ୍ୟାମ୍ପସରେ ସମ୍ବେଦନଶୀଳ ଘଟଣା ଉପରେ ନଜର ରଖିବାକୁ କୁହାଯାଇଛି।
/filters:format(webp)/sambad/media/media_files/2025/07/14/7a-2025-07-14-19-39-03.jpg)
ଆଇସିସି ଥିଲେ କାର୍ଯ୍ୟକ୍ଷମ କର, ନଥିଲେ ତୁରନ୍ତ ଗଢ଼ିବାକୁ କୁହାଯାଇଛି। ଇନ୍ହାଉସ ସୁରକ୍ଷାକର୍ମୀ ନିୟୋଜିତ କରିବା ସହିତ ୨୪ ଘଣ୍ଟିଆ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଜାରି ହୋଇଛି।
ଅଧିକ ପଢ଼ନ୍ତୁ: ଏଫ୍ଏମ୍ କଲେଜର ନିଲମ୍ବିତ ଅଧ୍ୟକ୍ଷ ଗିରଫ
Follow Us