ଉଚ୍ଚଶିକ୍ଷାମନ୍ତ୍ରୀ କୋଭିଡ ସଂକ୍ରମିତ: ଟୁଇଟ୍ କରି ଜଣାଇଲେ

Advertisment
କୁଆଡ଼େ ଯିବେ ବିଧାୟକ ରୋହିତ? ଏପଟେ ରାସେଶ୍ବରୀ, ସେପଟେ ପ୍ରସନ୍ନ

ଜୟପୁର: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାୟକ ତଥା ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ.ରୋହିତ ପୁଜାରୀ କୋଭିଡରେ ସଂକ୍ରମିତ ହୋଇଛନ୍ତି। ମନ୍ତ୍ରୀ ନିଜେ ହିଁ ଏସଂପର୍କରେ ଶନିବାର ନିଜେ ନିଜର ଟୁଇଟର ପୃଷ୍ଠାରେ ଟୁଇଟ୍ କରିଛନ୍ତି। ଗତ ଦୁଇ ଦିନ ମଧ୍ୟରେ ତାଙ୍କ ସହ ମିଶି ଥିବା ଲୋକେ ନିଜେ କୋଭିଡ ପରୀକ୍ଷା କରାଇ ନେବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି।

ପଅର ଦିନ ସଂଧ୍ୟାରେ ବିକ୍ରମ ଦେବ ମହାବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତି ଉତ୍ସବରେ ମୁଖ୍ୟଅତିଥି ଭାବେ ଭାଗ ନେବାକୁ ଜୟପୁରରେ ପହଚିଂଥିଲେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଇଂ. ପୁଜାରୀ। ଗତ କାଲି ସେ ପୂର୍ତ୍ତି ଉତ୍ସବର ବିରାଟ ମଶାଲ ଶୋଭାଯାତ୍ରାରେ ମଧ୍ୟ ଭାଗ ନେଇଥିଲେ। ଗତ କାଲି ତାଙ୍କ ସହ ଏହି କାର୍ଯ୍ୟକ୍ରମରେ ବିଧାୟକ ତାରା ପ୍ରସାଦ ବାହିନୀପତି , ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ପୂର୍ବତନ ମନ୍ତ୍ରୀ ତଥା କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ, ପଟାଙ୍ଗୀ ବିଧାୟକ ପ୍ରିତମ୍ ପାଢ଼ୀ , ପୂର୍ବତନ ମନ୍ତ୍ରୀ ରବି ନାରାୟଣ ନନ୍ଦ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପ୍ରଦୀପ ମାଝୀ, ଝିନ୍ନ ହିକକା, ପୂର୍ବତନ କୋଟପାଡ ବିଧାୟକ ଚନ୍ଦ୍ର ଶେଖର ମାଝୀ, ପୂର୍ବତନ ବିହନ ନିଗମ ଅଧ୍ୟକ୍ଷ ଇଂ.ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ, ଜିଲ୍ଲାପାଳ ମହମ୍ମଦ ଅବଦାଲ ଆଖତର, ଏସପି ବରୁଣ ଗୁଣ୍ଠପାଲ୍ଲୀ, ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ଉପାଧ୍ୟକ୍ଷା ବି.ସୁନିତା, ଭିଡି କଲେଜର ଅଧ୍ୟକ୍ଷ ଡ.ଗୋପାଳ ହାଲଦାର, ଉପସଭାପତି ସୁଧାକର ପଟ୍ଟନାୟକ, ସଂପାଦକ ବିଜି ରାୟ ଜେନାଦେଓ, ଲେପଟନାଣ୍ଟ ଜେନରାଲ ନାରାୟଣ ମହାନ୍ତି ପ୍ରମୁଖଙ୍କ ସହ ବହୁ ପୁରାତନ ଛାତ୍ରଛାତ୍ରୀ ଓ ସାମ୍ବାଦିକ ଆଦି ମିଶି ଥିଲେ। ମନ୍ତ୍ରୀ ଶ୍ରୀ ପୁଜାରୀ ଏହି ଟୁଇଟ୍ ଟି ମୁଖ୍ୟମନ୍ତ୍ରୀ ଓ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାଶଙ୍କୁ କରିଛନ୍ତି। ଆଜି ରାତି ୧୦ଟା ବେଳେ ସେ ଏହି ଟୁଇଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe