୬୩୮ ନୂତନ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି: ଉଚ୍ଚଶିକ୍ଷା ମନ୍ତ୍ରୀ

Advertisment
୬୩୮ ନୂତନ ଅଧ୍ୟାପକ ଏବଂ ଅଧ୍ୟାପିକାଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି: ଉଚ୍ଚଶିକ୍ଷା ମନ୍ତ୍ରୀ

Odisha News Insight

ଭୁବନେଶ୍ବର: ଏସଏସବି ଦ୍ୱାରା ୯୭୨ଜଣ ନୂତନ ଅଧ୍ୟାପକ ଏବଂ ଅଧ୍ୟାପିକା ଭାବେ କୃତକାର୍ଯ୍ୟ ହୋଇଛନ୍ତି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଆଜି ୬୩୮ ଜଣଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୨୯୨ ଜଣଙ୍କୁ ନିଯୁକ୍ତିପତ୍ର ଦିଆଯିବ।
୨୦୧୫-୧୬ ଏବଂ ୨୦୧୬-୧୭ ଶିକ୍ଷାବର୍ଷରେ ୧୫୧୦ ଜଣଙ୍କୁ ଏସ ଏସ ବି ଦ୍ୱାରା ନିଯୁକ୍ତି ଦିଆଯାଇଥିଲା। ୨୦୨୦ରେ ୮୦୯ ଜଣ ନିଯୁକ୍ତି ପାଇଥିଲେ। ଆଜି ୯୭୨ ଜଣଙ୍କୁ ନିଯୁକ୍ତି ଦିଆଯିବା ପରେ ୩୨୯୧ଙ୍କୁ ନିଯୁକ୍ତି ଦିଆଯାଇସାରିଲାଣି। ସରକାରୀ କଲେଜରେ ୬୦୬ ଜଣଙ୍କୁ ନିଯୁକ୍ତି ଦିଆଗଲା ଓପିଏସସି ଦ୍ୱାରା ନିଯୁକ୍ତି ପ୍ରକ୍ରିୟା ଚାଲିଛି। ବିଶ୍ୱବିଦ୍ୟାଳୟ କ୍ଷେତ୍ରରେ ୫୦୪ ଆସୋସିଏଟ ପ୍ରଫେସର ଓ ୩୨୦ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଚାଲିଛି। ବିଏଡରେ ୩୮୫ ଅଧ୍ୟାପକ ଅଧ୍ୟାପିକା ନିଯୁକ୍ତି ଲାଗି ଓପିଏସସି ଦ୍ୱାରା ପ୍ରକ୍ରିୟା ଚାଲିଛି।
ଗତ ତିନି ବର୍ଷ ମଧ୍ୟରେ ୪୨୫୫ଟି ଅଧ୍ୟାପକ ଏବଂ ଅଧ୍ୟାପିକା ପଦବି ପାଇଁ ବିଭିନ୍ନ କ୍ଷେତ୍ରରେ ପୋଷ୍ଟିଙ୍ଗ ଲାଗି ବ୍ୟବସ୍ଥା କରାଯାଇଛି। ୨୦୮୧ଜଣଙ୍କୁ ନିଯୁକ୍ତି ପତ୍ର ଦିଆଯାଇ ସାରିଲାଣି ଆଉ ସବୁ ପ୍ରକ୍ରିୟା ଚାଲିଛି। ଏହି ସବୁ ପଦବି ପୂରଣ ହେବା ପରେ, ଆଉ ଯେଉଁ ପଦବି ଖାଲି ଅଛି ତାର ତାଲିକା ଆସିବା ପରେ ସେଗୁଡ଼ିକ ପୂରଣ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe