New Indian Express
ଜିଲ୍ଲାରେ ମୋଟ ଆକ୍ରାନ୍ତ ୧୨୦୧, ସ୍ଥାନୀୟ ସଂକ୍ରମଣ ୧୧୦,
ସୁସ୍ଥ ୮୭୬, ଆକ୍ଟିଭ୍ ୪୨୧, ଟେଷ୍ଟ ୨୯, ୦୬୫, ମୃତ ୪
ଭଦ୍ରକ : ଭଦ୍ରକ ଜିଲ୍ଲାରେ କରୋନା କାୟା ବିସ୍ତାର କରୁଛି। ଆଜି ସର୍ବାଧିକ ନୂଆ ଆକ୍ରାନ୍ତ ୧୧୮ ଜଣ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରର ମାତ୍ର ୮ ଜଣ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ସମସ୍ତ ୧୧୦ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଆଜି ନୂଆ ୬୦ ଜଣ ସୁସ୍ଥ ହୋଇଥିବା ବେଳେ ଜିଲ୍ଲାରେ ମୋଟ ୮୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ସୁଦ୍ଧା ୪୨୧ ଜଣ ଆକ୍ଟିଭ କେସ୍ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ ଆଜି ସୁଦ୍ଧା ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜିଲ୍ଲାରେ ମୋଟ ୨୯ ହଜାର ୬୫ ଜଣ ଲୋକଙ୍କର ନମୁନା ପରୀକ୍ଷା କରାଯାଇଛି। ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ବାସୁଦେବପୁର ବ୍ଲକରୁ ୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକ ବ୍ଲକରୁ ୧୩ ଜଣ, ଭଦ୍ରକ ପୌରାଞ୍ଚଳରୁ ୨୯ ଜଣ, ଭଣ୍ଡାରିପୋଖରୀରୁ ୩୨ ଜଣ, ବନ୍ତରୁ ୮ ଜଣ, ଚାନ୍ଦବାଲିରୁ ୯ ଜଣ, ଚାନ୍ଦବାଲି ଏନଏସିରୁ ୪ ଜଣ, ଧାମନଗରରୁ ୧୧ ଜଣ ଓ ତିହିଡି ବ୍ଲକରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କୁ କେଉଁଠି ରଖି ଚିକିତ୍ସା ସେବା ଯୋଗାଇ ଦିଆଯିବ ତାହାକୁ ନେଇ ଏବେ ସ୍ବାସ୍ଥ୍ୟ ବିଭାଗ ବାଇଆ ହେଲାଣି। ପ୍ରଶସନ ପକ୍ଷରୁ ଯେଉଁ ସବୁ କୋଭିଡ୍ କେୟାର କେନ୍ଦ୍ର ଖୋଲାଯାଇଛି ଆଗାମୀ ଦିନରେ ଏଇ ହାରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଲେ ଆକ୍ରାନ୍ତ ରୋଗୀଙ୍କୁ ନେଇ କିଭଳି ଚିକିତ୍ସା କରାଯିବ ତାହା ଏବେ ଏକ ବଡ ଚ୍ୟାଲେଞ୍ଜ ହେଲାଣି। କରୋନାରେ ଆକ୍ରାନ୍ତ ହେଉଥିବା ଲୋକେ ଏବେ କଣ କରିବେ ବୋଲି ଚିନ୍ତା ବଢିଲାଣି। ନିଜେ ସତର୍କ ନହେଲେ ପରିସ୍ଥିତି ଭୟଙ୍କର ହେବ ବୋଲି ସ୍ଥିତି ଏବେଠାରୁ ସ୍ବଷ୍ଟ କରିଦେଲାଣି।
Follow Us