୨୦୨୦ରେ ଜବତ ହୋଇଛି ସର୍ବାଧିକ ନିଶାଦ୍ରବ୍ୟ

Advertisment

୩୫ କେଜି ବ୍ରାଉନ୍‌ସୁଗାର୍‌, ୧୫୪୯ କୁଇଣ୍ଟାଲ ଗଞ୍ଜେଇ ଜବତ

୩୫ କେଜି ବ୍ରାଉନ୍‌ସୁଗାର୍‌, ୧୫୪୯ କୁଇଣ୍ଟାଲ ଗଞ୍ଜେଇ ଜବତ

୪୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

sambadenglish.com

କଟକ : ବ୍ରାଉନ୍‌ସୁଗାର୍‌ ଏବଂ ଗଂଜେଇ କାରବାର ରୋକିବାରେ ଓଡ଼ିଶା ପୁଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏହି ନିଶା କାରାବାର ରୋକିବାରେ ରାଜ୍ୟ ପୁଲିସ ଦୃଢ଼ କ‌ାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିଛି। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମାଣରେ ବ୍ରାଉନ୍‌ସୁଗାର୍‌ ଏବଂ ଗଂଜେଇ ଜବତ କରିବାରେ ସଫଳ ହୋଇଛି। ବିଗତ ୪ ବର୍ଷ ମଧ୍ୟରେ ୨୦୨୦ରେ ସର୍ବାଧିକ ପରିମାଣର ବ୍ରାଉନ୍‌ସୁଗାର୍‌ ଜବତ ହୋଇଥିଲା।

publive-image

୨୦୧୭ରେ ୪୧୧ ଗ୍ରାମ୍‌, ୨୦୧୮ରେ ଏକ ‌କେଜି ୪୫ ଗ୍ରାମ୍‌, ୨୦୧୯ରେ ୨ କେଜି ୬୪୭ ଗ୍ରାମ୍‌ ବ୍ରାଉନ୍‌ସୁଗାର୍‌ ଜବତ ହୋଇଥିଲା। ୨୦୨୦ରେ ୩୫ କେଜି ୬୧୬ ଗ୍ରାମ ଓ ୨୦୨୧ ( ଏପ୍ରିଲ ସୁଦ୍ଧା) ୯ କେଜି ୫୦୭ ଗ୍ରାମ ବ୍ରାଉନ୍‌ସୁଗାର୍‌ ଜବତ କରାଯାଇଥିବା ଓଡ଼ିଶା‌ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହି ଭଳି ଗଂଜେଇ ଚୋରା କାରବାର ରୋକିବା ପାଇଁ ପୁଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମଗ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ କରି ବିପୁଳ ପରିମ‌ାଣରେ ଗଂଜେଇ ବି ଜବତ କରାଯାଇଛି। ୨୦୧୭ରେ ୩୦୪ କୁଇଣ୍ଟାଲ୍‌ ୩ କେଜି, ୨୦୧୮ରେ ୫୨୩ କୁଇଣ୍ଟାଲ୍‌ ୮୯ କେଜି, ୨୦୧୯ରେ ୬୧୮ କୁଇଣ୍ଟାଲ୍‌ ୧୫ କେଜି ଏବଂ ୨୦୨୦ରେ ସର୍ବାଧିକ ୧୫୪୯ କୁଇଣ୍ଟାଲ୍‌ ୮୦ କେଜି ଗଂଜେଇ ଜବତ କରା‌ଯାଇଥିଲା।

publive-image Odisha Bytes

୨୦୨୦ ପରେ ବ୍ରାଉନସୁଗାର ଓ ଗଂଜେଇ ଜବତ କରିବାରେ ଏସ୍‌ଟିଏଫ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଅଦ୍ୟାବଧି ଏସ୍‌ଟିଏଫ୍ ୧୦୦ରୁ ଅଧିକ ଚୋରା ବ୍ୟବସାୟୀଙ୍କୁ ଗିରଫ କରିଥିବା ବେଳେ ୩୨ କେଜି ବ୍ରାଉନ୍‌ସୁଗା‌ର୍‌/ହେରୋଇନ୍‌ ଏବଂ ୬୬ କୁଇଣ୍ଟାଲ୍‌ରୁ ଅଧିକ ଗଂଜେଇ ଜବତ କରିଛି। ଗତ ୩ ତାରିଖ ଦିନ ଏସ୍‌ଟିଏଫ୍ ପକ୍ଷରୁ ଜଳେଶ୍ବର ଅଞ୍ଚଳରେ ଚଢ଼ଉ କରାଯାଇ ୩ ଜଣ ବ୍ରାଉନ୍‌ସୁଗାର୍‌ ମାଫିଆଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୨ କେଜି ୬୬ ଗ୍ରାମ୍‌ ବ୍ରାଉନ୍‌ସୁଗ‌ାର୍‌ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe