ଦିନକରେ ସର୍ବାଧିକ ସୁସ୍ଥ, ଆଜି କରୋନାରୁ ଆରୋଗ୍ୟ ହେଲେ ୪୧୨୧ ଆକ୍ରାନ୍ତ

ଖୋର୍ଦ୍ଧାରୁ ୭୫୨ ଜଣଙ୍କ ସମେତ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧,୨୯,୮୫୯କୁ ବୃଦ୍ଧି

ଦିନକରେ ସର୍ବାଧିକ ସୁସ୍ଥ, ଆଜି କରୋନାରୁ ଆରୋଗ୍ୟ ହେଲେ ୪୧୨୧ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବ୍ୟାପକ ପଦକ୍ଷେପ ଏବଂ କୋଭିଡ ଯୋଦ୍ଧାଙ୍କର ଲଗାତାର ଉଦ୍ୟମ ଯୋଗୁଁ ଆଜି ଗୋଟିଏ ଦିନରେ ସର୍ବାଧିକ ୪୧୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଯାଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ଭାଇରସରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୮୫୯କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ଦ୍ୱିତୀୟ ସର୍ବାଧିକ ୪୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପୁରୀ ଜିଲ୍ଲାରୁ ୨୭୫ ଜଣ, ଯାଜପୁର ଜିଲ୍ଲାରୁ ୨୭୨ ଜଣ, ନୂଆପଡ଼ା ଜିଲ୍ଲାରୁ ୨୬୮ ଜଣ, ଅନୁଗୁଳ ଜିଲ୍ଲାରୁ ୧୮୭ ଜଣ, ବରଗଡ଼ ଜିଲ୍ଲାରୁ ୧୮୧ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୫୦ ଜଣ, ମୟୂରଭଂଜ ଜିଲ୍ଲାରୁ ୧୨୬ ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ ୧୨୨ ଜଣ, କୋରାପୁଟ ଜିଲ୍ଲାରୁ ୧୧୯ ଜଣ, ବାଲେଶ୍ୱର, ବଲାଙ୍ଗୀର ଜିଲ୍ଳାରୁ ୧୦୮ ଜଣ ଲେଖାଏଁ ଓ ଗଂଜାମ ଜିଲ୍ଲାରୁ ୧୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଜଗତସିଂହପୁର ଜିଲ୍ଲାରୁ ୯୭ ଜଣ, କେନ୍ଦୁଝର ଜିଲ୍ଲାରୁ ୮୩ ଜଣ, ବୌଦ୍ଧ ଜିଲ୍ଲାରୁ ୭୬ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୫ ଜଣ, କନ୍ଧମାଳ ଜିଲ୍ଲାରୁ ୬୯ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୬ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୪ ଜଣ, ଭଦ୍ରକ ଜିଲ୍ଲାରୁ ୬୨ ଜଣ, ରାୟଗଡ଼ା ଜିଲ୍ଲାରୁ ୬୧ ଜଣ, ସମ୍ବଲପୁର ଜିଲ୍ଲାରୁ ୬୦ ଜଣ, ନୟାଗଡ଼ ଜିଲ୍ଲାରୁ ୫୬ ଜଣ, କଳାହାଣ୍ଡି ଜିଲ୍ଲାରୁ ୫୧ ଜଣ, ଗଜପତି ଜିଲ୍ଲାରୁ ୨୯ ଜଣ, ଦେବଗଡ଼, ନବରଙ୍ଗପୁର ଜିଲ୍ଲାରୁ ୨୪ ଜଣ ଲେଖାଏଁ ଓ ମାଲକାନଗିରି ଜିଲ୍ଲାରୁ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe