ଘୁ.ଉଦୟଗିରି: ଯେଉଁଠି ବିଦ୍ୟୁତ୍ ଖୁଣ୍ଟର ଆବଶ୍ୟକ ଯେଉଁଠି ଲୋକଙ୍କୁ ଆଲୋକ ଆବଶ୍ୟକ ସେଇ ସ୍ଥାନରେ ଆଲୋକ ବ୍ୟବସ୍ଥା ହୋଇପାରୁନି ହେଲେ ଯେଉଁଠି କୌଣସି ଲୋକଙ୍କର ଆବଶ୍ୟକତା ନାହିଁ ଆଲୋକ ବ୍ୟବସ୍ଥା କଲେ କେହି ଜଣେ ବି ଉପକୃତ ହୋଇ ପାରିବେ ନାହିଁ।

Advertisment

ଅନାବଶ୍ୟକ ଭାବେ ୧୦ଲକ୍ଷ ଟଙ୍କା ବ୍ୟୟରେ ସରକାରୀ ଅର୍ଥ ବ୍ୟୟ କରି ହାଇମାଷ୍ଟ୍ ଲାଇଟ ଲଗାଯାଇଥିବା ଦେଖିବାକୁ ମିଳିଛି ସ୍ଥାନୀୟ  ବ୍ଲକ  ଅନ୍ତର୍ଗତ କଳିଙ୍ଗା  ଘାଟି ଆରମ୍ଭରୁ ଏକ ନିର୍ଜନ ସ୍ଥାନରେ।

ଆହୁରି ପଢ଼ନ୍ତୁ:No Incentives For Fish Farmers:ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ନାହିଁ: ଆନ୍ଧ୍ର ମାଛ ଉପରେ ଭରସା

ବିଦ୍ୟୁତ ସଂଯୋଗ ଦେବାକୁ ଭୁଲିଗଲେ

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, କନ୍ଧମାଳ ତରଫରୁ ୧୦ଲକ୍ଷ୍ ଟଙ୍କା ବ୍ୟୟ ରେ ୨୦୧୬-୧୭ ମସିହାରେ ପୂର୍ତ୍ତ ବିଭାଗ ନିକଟରେ ଲାଗିଛି ହାଇମାଷ୍ଟ୍ ଏଲ୍ଇଡି ଲାଇଟ୍। ଆଜିକୁ ଦୀର୍ଘ ୮ବର୍ଷ ବିତିଗଲା। ସରକାର  ଲାଇଟ୍ ଖୁଣ୍ଟ ପୋତି ଲାଇଟ୍ ବି ଲଗାଇଲେ, ହେଲେ ବିଦ୍ୟୁତ ସଂଯୋଗ ଦେବାକୁ ଭୁଲିଗଲେ।

ଏହା ଉପରେ କୌଣସି ଅଧିକାରୀଙ୍କ ଦୃଷ୍ଟି ପଡୁନି। ଜନ ଗହଳିପୂର୍ଣ୍ଣ ସ୍ଥାନରେ ଏହି ଲାଇଟ୍ ଲଗାଇବା ବଦଳରେ ଏକ ଜଙ୍ଗଲ ନିକଟରେ ଲଗାଯାଇଥିବା ଦୃଶ୍ୟକୁ ନେଇ  ଅଞ୍ଚଳବାସୀ ଦୁର୍ନୀତିର ଗନ୍ଧ ବାରିଛନ୍ତି କହୁଛନ୍ତି ।

ତେବେ ଏହାର ତଦାରଖ ଦାୟିତ୍ଵ କାହାର ଲୋକେ ପ୍ରଶ୍ନ କରୁଛନ୍ତି ?  ଜନସାଧାରଣ ହିତ ନିମନ୍ତେ ଆସୁଥିବା ସରକାରୀ ଟଙ୍କାକୁ କିଛି ଅଧିକାରୀ ଓ ଠିକାଦାର ମିଳିମିଶି ଏପରି ହଡ଼ପ କରାଯିବାର ଏହା ଏକ ଜଳନ୍ତା ଉଦାହରଣ।ଏହି କାର୍ଯ୍ୟର ନିରପେକ୍ଷ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ଏଥିରେ କିଏ ସମ୍ପୃକ୍ତ ତାର ତଦନ୍ତ କରି ଲୋକଲୋଚନକୁ ଆଣିବାକୁ ଦାବି ହୋଇଛି । ଏଣୁ ଯଥାଶୀଘ୍ର ଏହା ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦେଇ ତୁରନ୍ତ ଏହାର ଜଳିବା ବ୍ୟବସ୍ଥା କରନ୍ତୁ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ:T-20 ବିଶ୍ବକପ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା, ବାଦ ପଡ଼ିଲେ ଗିଲ

ରିପୋର୍ଟ: ସମୀର ପାଢ଼ୀ