T-20 WC 2026 : ଟି-୨୦ କ୍ରିକେଟର ସବୁଠାରୁ ବଡ଼ ଇଭେଣ୍ଟ ଟି-୨୦ ବିଶ୍ୱକପ୍ ଆସନ୍ତା ବର୍ଷ ଫେବୃଆରୀ ଏବଂ ମାର୍ଚ୍ଚରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଟୁର୍ଣ୍ଣାମେଣ୍ଟ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତର ୧୫ ଜଣିଆ କ୍ରିକେଟ୍ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବ ୨୦୨୬ ଟି-୨୦ ବିଶ୍ୱକପରେ ଭାରତୀୟ ଦଳର ଅଧିନାୟକ ହେବେ, ଯେତେବେଳେ ଶୁଭମନ ଗିଲଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି।

Advertisment

ଆହୁରି ପଢନ୍ତୁ : Half Burnt Dead Body Old Woman ଘର ଭିତରୁ ବୃଦ୍ଧାଙ୍କ ଅର୍ଦ୍ଧ ଦଗ୍ଧ ମୃତଶରୀର ଉଦ୍ଧାର,  ମୃତ୍ୟୁର କାରଣ ଅସ୍ପଷ୍ଟ

୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଶୁଭମନ ଗିଲଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇ ନାହିଁ। ଏହା ବ୍ୟତୀତ, ଜିତେଶ ଶର୍ମା ମଧ୍ୟ ୧୫ ଜଣିଆ ଦଳରେ ସାମିଲ ନାହାନ୍ତି। ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ ନିଯୁକ୍ତ କରାଯାଇଛି। ସୟଦ ମୁସ୍ତାକ ଅଲି ଟ୍ରଫିରେ ୫୦୦ ରୁ ଅଧିକ ରନ କରିଥିବା ଇଶାନ କିଶାନଙ୍କୁ ଦଳରେ ସାମିଲ କରାଯାଇଛି। ରିଙ୍କୁ ସିଂହଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି।

ଆହୁରି ପଢନ୍ତୁ : Euthanasia: ୧୨ବର୍ଷ ହୋଇଗଲା, ଆଉ ସହି ହେଉନି; ଏବେ ପୁଅ ଚାଲିଯିବା ଭଲ: କାହିଁକି ଏ ଗୁହାରି କଲେ ମାତାପିତା

୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ପାଇଁ ବିସିସିଆଇ ଚାରି ଜଣ ବ୍ୟାଟ୍ସମ୍ୟାନ୍, ଦୁଇଜଣ ୱିକେଟକିପର, ଦୁଇଜଣ ସ୍ପିନ୍ ଅଲରାଉଣ୍ଡର, ଦୁଇଜଣ ଫାଷ୍ଟ ବୋଲିଂ ଅଲରାଉଣ୍ଡର, ଦୁଇଜଣ ସ୍ପିନର ଏବଂ ତିନି ଜଣ ଫାଷ୍ଟ ବୋଲରଙ୍କୁ ଚୟନ କରିଛି। ୨୦୨୬ ଟି-୨୦ ବିଶ୍ୱକପ୍ ମ୍ୟାଚ୍ ଭାରତ ଏବଂ ଶ୍ରୀଲଙ୍କାରେ ଖେଳାଯିବ। ଉପମହାଦେଶୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି, ବିସିସିଆଇ ୧୫ ଜଣ ଖେଳାଳିଙ୍କୁ ଚୟନ କରିଛି।

ଭାରତୀୟ ଦଳ : 

ବ୍ୟାଟ୍ସମ୍ୟାନ୍ - ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଅଭିଷେକ ଶର୍ମା, ତିଲକ ବର୍ମା, ଏବଂ ରିଙ୍କୁ ସିଂ
ୱିକେଟ୍ କିପର - ସଞ୍ଜୁ ସାମସନ୍ (ୱିକେଟ୍ କିପର) ଏବଂ ଇଶାନ୍ କିଶାନ୍ (ୱିକେଟ୍ କିପର)
ଅଲରାଉଣ୍ଡର - ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର ଏବଂ ଅକ୍ଷର ପଟେଲ |
ବୋଲର - ଅର୍ଶଦୀପ ସିଂ, ଜସପ୍ରୀତ ବୁମରା, ହର୍ଷିତ ରାଣା, କୁଲଦୀପ ଯାଦବ, ଏବଂ ବରୁଣ ଚକ୍ରବର୍ତ୍ତୀ