ଘରେ ଶୋଇଥିଲେ ଶାଶୂ-ବୋହୂ: ଚଢିଗଲା ହାଇଓ୍ବା

Advertisment
ଘରେ ଶୋଇଥିଲେ ଶାଶୂ-ବୋହୂ: ଚଢିଗଲା ହାଇଓ୍ବା

କେନ୍ଦ୍ରାପଡ଼ା: ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲାର କୃଷ୍ଣନଗର ପଞ୍ଚାୟତର ବାଘୁଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ରାସ୍ତାକଡ଼ ଘର ଉପରକୁ ଏକ ଚିପ୍ସ ବୋଝେଇ ହାଇୱା ମାଡ଼ିଯିବା ଫଳରେ ଘର ଭିତରେ ଥିବା ଶାଶୂ ଓ ବୋହୂ ଗୁରୁତର ହୋଇଛନ୍ତି। ଉଭୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ଏକ ଚିପ୍ସ ବୋଝେଇ ହାଇୱା ତାଳଚୁଆକୁ ଯାଉଥିଲା। ବର୍ଷା ଯୋଗୁ ରାସ୍ତା ଖରାପ ହୋଇଥିବାରୁ ହାଇୱାଟି ରାସ୍ତାକଡ଼ରେ ଥିବା ଏକ ଘରେ ଉପରେ ମାଡ଼ି ଯାଇଥିଲା। ପରେ ତାହା ଓଲଟି ପଡ଼ିଥିଲା । ଏହି ସମୟରେ ଘରେ ଶାଶୂ କଳ୍ପନା ଗିରି (୬୦ ) ଓ ବୋହୂ ମନୀଷା ଦାସ (୨୨) ଘରେ ଶୋଇଥିଲେ। ହାଇଓ୍ବାଟି ଉଭୟଙ୍କ ଉପରେ ଚଢିଯାଇଥିଲା।

ଏହି ଦୁର୍ଘଟଣା ଘଟିବା ଫଳରେ ଉଭୟ ଶାଶୂ ଓ ବୋହୂ ଗୁରୁତର ହୋଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ କେନ୍ଦ୍ରାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ହାଇଓ୍ବାକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe