ପୀଡ଼ିତ ପରିବାରକୁ ନ୍ୟାୟ ଦାବିରେ ରାଜରାସ୍ତା ବନ୍ଦ

Advertisment

ବାଙ୍ଗିରିପୋଷି ଅଞ୍ଚଳରେ ଗ୍ରାମବାସୀ ଶୁଦ୍ଧିକ୍ରିୟା କରିବା ପାଇଁ ଦେଉ ନଥିବାରୁ ଆଦିବାସୀ ସାଙ୍ଗେଲ ଅଭିଯାନ ତରଫରୁ ସୋମବାର ଜାତୀୟ ରାଜପଥ ୪୯ ବନ୍ଦ କରାଯାଇଛି। ଫଳରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି।

ବାଙ୍ଗିରିପୋଷି ଅଞ୍ଚଳରେ ଗ୍ରାମବାସୀ ଶୁଦ୍ଧିକ୍ରିୟା କରିବା ପାଇଁ ଦେଉ ନଥିବାରୁ ଆଦିବାସୀ ସାଙ୍ଗେଲ ଅଭିଯାନ ତରଫରୁ ସୋମବାର ଜାତୀୟ ରାଜପଥ ୪୯ ବନ୍ଦ କରାଯାଇଛି। ଫଳରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି।

111b6180-2c26-44c9-b738-e133ac47fed8

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଗ୍ରାମବାସୀ ଶୁଦ୍ଧିକ୍ରିୟା କରିବା ପାଇଁ ଦେଉ ନଥିବାରୁ ଆଦିବାସୀ ସାଙ୍ଗେଲ ଅଭିଯାନ ତରଫରୁ ସୋମବାର ଜାତୀୟ ରାଜପଥ ୪୯ ବନ୍ଦ କରାଯାଇଛି। ଫଳରେ ଜାତୀୟ ରାଜପଥରେ ଯାତାୟତ ପ୍ରଭାବିତ ହୋଇଛି। ରିପୋର୍ଟ ଲେଖାଯିବା ବେଳକୁ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଛି। 

ସୂଚନା ଅନୁସାରେ ଗତ ୨୩ ତାରିଖ ଦିନ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦିଘି ପଞ୍ଚାୟତ ଦୋରକଣ୍ଟିଆର ସୁନ୍ଦର ମାଝୀଙ୍କ ପତ୍ନୀ ସାକ୍ର ମାଝୀଙ୍କ ମୃତ୍ୟୁ  ହୋଇଥିଲା।  ଗ୍ରାମବାସୀ ସୁନ୍ଦର ମୋହନ ମାଝୀଙ୍କୁ ୧୮ ବର୍ଷ ପୂର୍ବରୁ ଗୁଣିଗାରେଡ଼ି ସନ୍ଦେହରେ କରିଥିବା ୨୫ ହଜାର ଟଙ୍କା ଦେଇ ନଥିବାରୁ ଶବ ସତ୍କାର କରିବା ପାଇଁ ଦେଇ ନଥିଲେ। ପୁଲିସ ଓ ସାଙ୍ଗେଲ ଅଭିଯାନର କର୍ମକର୍ତ୍ତାଙ୍କ ହସ୍ତକ୍ଷେପ ପରେ ଶବ ସତ୍କାର ହୋଇଥିଲା। ହେଲେ ଆଜି ଥିଲା ଶୁଦ୍ଧିକ୍ରିୟା।

ସାଙ୍ଗେଲ ଅଭିଯାନର କର୍ମକର୍ତ୍ତା ଶୁଦ୍ଧିକ୍ରିୟାରେ ପହଞ୍ଚିବା ପରେ ଦୋରକଣ୍ଟିଆ ଗ୍ରାମବାସୀ ଛାଡ଼ି ନଥିଲେ। ପୁଲିସ ଉପସ୍ଥିତିରେ ମାରପିଟ୍ ହୋଇଥିଲେ। ଉତକ୍ଷିପ୍ତ ସାଙ୍ଗେଲ ଅଭିଯାନର କର୍ମକର୍ତ୍ତା ଜାତୀୟ ରାଜପଥ ୪୯ ବାଙ୍ଗିରିପୋଷି-ବିଶୋଇ ରାସ୍ତାକୁ ବନ୍ଦ କରି ନାରାବାଜି ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe