ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାଇୱା ଚାଳକଙ୍କ ମୃତ୍ୟୁ

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

123rf.com

କୋଲାବିରା: କୋଲାବିରା ଥାନା ଅଧୀନ ସୋଢାମାଲ ନିକଟସ୍ଥ ପୋଲ ନିକଟ ଚୈତନ୍ୟ ଢାବା ସମ୍ମୁଖରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଜଣେ ହାଇୱା ଚାଳକଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ସୋନପୁର ବୀରମହାରାଜପୁରର ସୁଶିଲ କିଷାନ (୨୬)। ସୂଚନା ଅନୁଯାୟୀ ଶୁକ୍ରବାର ମଧ୍ୟାହ୍ନରେ ବାଲି ଆଣିବାକୁ ସେ ହାଇୱା (ଓଡି-କେ-୫୯୧୧) ନେଇ ସୋଢାମଲର ଏକ ଘାଟକୁ ଯାଉଥିଲେ। ଚୈତନ୍ୟ ଢାବା ସମ୍ମୁଖରେ ହାଇୱା ରଖି କିଛି ଯାନ୍ତ୍ରିକ ତ୍ରୁଟି ସଜାଡ଼ିବା ପାଇଁ ଡାଲାକୁ ଉପରକୁ ଉଠାଇଥିଲେ।

ଫଳରେ ଉପରେ ଯାଇଥିବା ତାର ସଂସ୍ପର୍ଶରେ ଆସିବାରୁ ସେ ଶକ୍ତ ବଦ୍ୟୁତ୍‌ ଧକ୍କା ପାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କୋଲାବିରା ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।  ପତ୍ରାପାଲିରେ ନିର୍ମାଣ ହେଉଥିବା ଏକ କୋଠାର ଠିକାଦାରଙ୍କ ପାଖରେ ସେ କାମ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe