ଧରାପଡ଼ିଲେ ହାଇୱେ ଲୁଟେରା : ଅଧ ରାତିରେ ଦମ୍ପତିଙ୍କ ଠାରୁ ଲୁଟିଥିଲେ, ବାଇକ୍, ମୋବାଇଲ ଫୋନ୍ ଜବତ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଭୁବନେଶ୍ବର : ୧୬ ନମ୍ବର ଜାତୀୟ ରାଜପଥର ଜୟଦେବ ବିହାର ନିକଟରୁ ଲୁଟ୍ ଅଭିଯୋଗରେ ନୟାପଲ୍ଲୀ ପୁଲିସ ଦୁଇଜଣ ନାବାଳକଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି। ନାବାଳକଙ୍କ ପରିଚୟ ଛାଡ଼ି ଅନ୍ୟ ଦୁଇ ଅଭିଯୁକ୍ତ ହେଲେ, ୟୁନିଟ୍-୩ ଖଣ୍ଡିଆ ପାର୍କ ଅଞ୍ଚଳର ଦିଲ୍ଲୀପ ନାୟକ ଓ ଲକ୍ଷ୍ମୀସାଗର ଥାନା ଅଧୀନ କଳ୍ପନା ଅଞ୍ଚଳର ନିଲୁ ଓରଫ୍ ଲିଙ୍ଗରାଜ ନାୟକ। ଗିରଫ ଅଭିଯୁକ୍ତଙ୍କଠାରୁ ଲୁଟ୍‌ରେ ବ୍ୟବହୃତ ଧଳା ରଙ୍ଗର ଆପାଚି ବାଇକ୍(ଓଡି୦୨-ଏସ୍-୦୫୧୨) ଓ ଲୁଟ୍ ହୋଇଥିବା ମୋବାଇଲ ଫୋନ୍ ଜବତ କରିଛି। ପୁଲିସ ସୂଚନା ଅନୁସାରେ, ସାଲିଆସାହିର ଗଙ୍ଗାଧର ପଲେଇ ତାଙ୍କ ପତ୍ନୀଙ୍କ ସହ ରାତି ପ୍ରାୟ ୧୨ଟାରେ ଘରକୁ ଫେରୁଥିଲେ। ଆଚାର୍ଯ୍ୟବିହାରରୁ ଯାଉଥିବା ବେଳେ ଜୟଦେବ ବିହାର ନିକଟରେ ଦୁର୍ବୃତ୍ତ ବାଇକରେ ଆସି ମୋବାଇଲ ଫୋନ୍ ଲୁଟି ନେଇଥିଲେ। ଏ ନେଇ ଗଙ୍ଗାଧର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ଲୁଟ୍ ମୋବାଇଲ ଫୋନକୁ ବିକ୍ରି କରିବାକୁ ଉଦ୍ୟମ କରୁଥିଲେ। ଖବର ପାଇ ପୁଲିସ ସେମାନଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe