ମାତିଲେ ରାଜପଥ ଲୁଟେରା, ୨ ଲକ୍ଷ ଝାମ୍ପି ନେଲେ

Advertisment
ଝାରସୁଗୁଡ଼ା: ଜାତୀୟ ରାଜପଥରେ ପୁଣି ଲୁଟ୍‌ ଅଭିଯୋଗ

Sambad

ଗୋଳନ୍ଥରା : କିଛି ଦିନର ବିରତି ପରେ ଗଞ୍ଜାମ ଜିଲ୍ଲାରେ ପୁଣି ମାତିଛନ୍ତି ଜାତୀୟରାଜପଥ ଲୁଟେରା ଗ୍ୟ‌ାଙ୍ଗ୍। ଗଞ୍ଜାମ ଥାନା ଅଧୀନ ହୁମ୍ମାର ଏକ ମଦଦୋକାନରୁ ୧୦ ଲକ୍ଷ ଟଙ୍କାର ମଦ ଲୁଟ୍ ଘଟଣାକୁ ୨୪ ଘଣ୍ଟା ବିତି ନଥିବା ବେଳେ ପୁଣି ଏକ ଲୁଟ୍ ପୁଲିସ ପ୍ରଶାସନର ଆଖିରୁ ନିଦ ହଜାଇଦେଇଛି। ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ନିକଟ ୧୬ ନମ୍ବର ଜାତୀୟରାଜପଥ ‌ରୋଲାଣ୍ଡ୍ ଇନଷ୍ଟିଚ୍ୟୁଟ୍ ସମ୍ମୁଖରେ କିଛି ଦୁର୍ବୃତ୍ତ ଆଜି ସନ୍ଧ୍ୟାରେ ଦୁଇ ବାଇକ୍‌ ଆରୋହୀଙ୍କଠୁ ୨ ଲକ୍ଷ ଟଙ୍କା ଲୁଟି ନେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ସୂଚନାନୁସା‌ରେ, ଆନ୍ଧ୍ରପ୍ରଦେଶ ପଲାସାର ଶ୍ରୀନିବାସ ରାଓ (୫୦) ଓ ସୁମେଶ ତାମୁଡୁ (୪୦) ବ୍ରହ୍ମପୁର ଆସିଥି‌ଲେ। ଉଭୟ ଏକ ସଂସ୍ଥା ସହ ଜଡ଼ିତ। ସେମାନେ ୨ ଲକ୍ଷ ଟଙ୍କା ଏକ ବ୍ୟାଗରେ ଧରି ପଲାସା ଅଭିମୁଖେ ଯାଉଥିବା ସମ‌ୟରେ ୨ ଜଣ ଯୁବକ ସେମାନଙ୍କୁ ବ୍ରହ୍ମପୁରରୁ ପିଛା କରିଥିଲେ। ଆଉ ଗୋଳନ୍ଥରା ଥାନାରୁ ମାତ୍ର ୫୦୦ ମିଟର ଦୂରରେ ୧୬ ନମ୍ବର ଜାତୀୟ ରାଜପଥରେ ବାଇକ୍‌କୁ ଆଗପଟୁ ଅଟକାଇ ଟଙ୍କା ବ୍ୟାଗ୍ ଝାମ୍ପି ନେଇଥିଲେ। ବାଇକ୍‌ରେ ବସିଥିବା ଶ୍ରୀନିବାସ ଓ ସୁମେଶ ପଡ଼ିଯାଇ ଗୁରୁତର ହୋଇଥିଲେ।

କନିଷି ଅଗ୍ନିଶମବାହିନୀ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା। ସୁମେଶଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ପ୍ରକାଶ ଥାଉକି, ୨୦୧୩ରେ ସୋରଳର ନିରଞ୍ଜନ ବେହେରା ବ୍ରହ୍ମପୁରରୁ ନିଜ ଗାଁକୁ ଫେରୁଥିବା ବେଳେ ଥାନାଠୁ ମାତ୍ର ୨କିଲୋମିଟର ମଧ୍ୟରେ ଥିବା ଏକ ଢାବା ନିକଟରୁ ଦୁର୍ବୃତ୍ତ ମାନେ ତାଙ୍କଠୁ ୨ଲକ୍ଷ ୩୨ହଜାର ଲୁଟି ନେଇଥିଲେ। ଆଜିର ଘଟଣା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି l ଗୋଳନ୍ଥରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏଥିରେ କେତେଜଣ ସଂପୃ୍କ୍ତ ଓ ଲୁଟ୍ ପାଇଁ କେତେଜଣ ଆସିଥିଲେ ଏନେଇ ତନାଘନା ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe