ଦଶପଲ୍ଲା: ଚାଷୀ ଜମିରୁ ଧାନକାଟି ନିଜ ବାଡ଼ି ବା ଖଳାକୁ ନେବା ପରିବର୍ତ୍ତେ ରାଜପଥ ଉପରେ ଗଦାଇ ରଖୁଛନ୍ତି। ରାଜପଥକୁ ମଡ଼ାଇ ଏସବୁ ଧାନ ଗଦାଇ ରଖା ଯାଉଥିବା ବେଳେ ଯାତାୟାତ ସମୟରେ ନାନା ସମସ୍ୟା ଉପୁଜୁଛି। ରାତିର ଅନ୍ଧାରରେ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି। ଖାଲି ସେତିକି ନୁହେଁ, ସେସବୁ ଧାନକୁ ଆଉ ଖଳାକୁ ନନେଇ ମେସିନ୍ ମାଧ୍ୟମରେ ରାଜପଥ ଉପରେ ବେଙ୍ଗଳା କରାଯାଉଛି। ଫଳରେ ଧୂଳିଧୂସ ଉଡ଼ିବା ଦ୍ବାରା ରାଜପଥରେ ଯାତାୟାତ କରିବା କଷ୍ଟକର ହୋଇ ପଡ଼ୁଛି। ଏହାପରେ ସେସବୁ ପାଳକୁ ଗାଈଗୋରୁଙ୍କୁ ଖାଇବାକୁ ଦେବା ପରିବର୍ତ୍ତେର୍ତ୍ତ ଚାଷୀ ଜମିରେ ନିଆଁ ଲଗାଇ ଦେଉଛନ୍ତି ଏବଂ ସେଥିରୁ ବାହାରୁଥିବା ପ୍ରଚୁର ଧୁଆଁ ପରିବେଶ ପ୍ରଦୂଷଣ କରୁଛି। ଦଶପଲ୍ଲା-ଗଣିଆ ରାସ୍ତା ହେଉ କି ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ରାସ୍ତାରେ ଦୈନିକ ଏଭଳି ଘଟଣା ଘଟୁଥିବା ବେଳେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି। ଏଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟିଦେବାକୁ ଦାବି ହେଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us