ଖର୍ଚରେ ୧୧%, ରାଜସ୍ୱ ଆଦାୟରେ ୨୫% ବୃଦ୍ଧି

Advertisment
ଖର୍ଚରେ ୧୧%, ରାଜସ୍ୱ ଆଦାୟରେ ୨୫% ବୃଦ୍ଧି

୩୧,୨୫୧ କୋଟିର ରାଜସ୍ୱ ଆଦାୟ
ଖର୍ଚ ୪୧ ହଜାର ୨୩୬ କୋଟି ଟପିଲା

ଭୁବନେଶ୍ୱର : ଚଳିତ ବର୍ଷ ଫେବ୍ରୁଆରି ସୁଦ୍ଧା ରାଜ୍ୟର ଖର୍ଚ ଏବଂ ରାଜସ୍ୱ ଆଦାୟ ପରିମାଣରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ଏହି ସମୟରେ ଯୋଜନାଗତ ଖର୍ଚ ପରିମାଣ ୧୧% ବୃଦ୍ଧି ପାଇ ୪୧୨୩୬ କୋଟି ଟଙ୍କା ହୋଇଛି। ଗତବର୍ଷ ଏହି ସମୟରେ ଖର୍ଚ ପରିମାଣ ୩୭୧୪୩ କୋଟି ଟଙ୍କା ଥିଲା। ସାମାଜିକ କ୍ଷେତ୍ରରେ ଖର୍ଚ ପରିମାଣ ୨୦% ବୃଦ୍ଧି ପାଇ ୧୮୬୨୧ କୋଟି ଟଙ୍କା ହୋଇଛି। ସେହି ସମୟରେ ଭିତ୍ତିଭୂମି ବାବଦ ଖର୍ଚ ୨% ବୃଦ୍ଧି ପାଇ ୧୦,୧୪୮ କୋଟି ଟଙ୍କା ହୋଇଛି। କୃଷି ଏବଂ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ରରେ ଖର୍ଚ ପରିମାଣ ବୃଦ୍ଧି ପାଇ ୯୨୫୭ କୋଟି ଟଙ୍କା ହୋଇଛି।

ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସଚିବମାନଙ୍କ ବୈଠକରେ ରାଜ୍ୟର ଆଥିକ ସ୍ଥିତିର ସମୀକ୍ଷା କରାଯାଇଥିଲା। ବୈଠକରେ ଅର୍ଥ ବିଭାଗର ପ୍ରମୁଖ ସଚିବ ତୁହିନ କାନ୍ତ ପାଣ୍ଡେ ଏହି ସବୁ ତଥ୍ୟ ପ୍ରଦାନ କରିଛନ୍ତି। ଏହି ଅବସରରେ ଉନ୍ନୟନ କମିସନର ଆର୍‌ ବାଲକୃଷ୍ଣନ ଏବଂ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ଅର୍ଥ ବିଭାଗ ପକ୍ଷରୁ କୁହାଯାଇଥିଲା, ୨୦୧୮ ଫେବ୍ରୁଆରି ସୁଦ୍ଧା ରାଜ୍ୟର ନିଜସ୍ୱ ରାଜସ୍ୱ ପରିମାଣ ୨୯% ବୃଦ୍ଧି ପାଇ ୨୪୫୬୮ କୋଟି ଟଙ୍କା ହୋଇଛି। ଗତବର୍ଷ ଏହି ସମୟରେ ରାଜସ୍ୱ ଆଦାୟ ପରିମାଣ ୧୯୦୯୯ କୋଟି ଟଙ୍କା ଥିଲା। ଅଣ ଟିକସ ଉତ୍ସରୁ ରାଜସ୍ୱ ପରିମାଣ ୯% ବୃଦ୍ଧି ପାଇ ୬୬୮୩ କୋଟି ଟଙ୍କା ହୋଇଛି ଯାହା ପୂର୍ବବର୍ଷ ୬୧୫୭ କୋଟି ଟଙ୍କା ଥିଲା। ମୋଟ ରାଜସ୍ୱ ଆଦାୟ ପରିମାଣ ୨୫% ବୃଦ୍ଧି ପାଇ ୩୧,୨୫୧ କୋଟି ଟଙ୍କା ହୋଇଛି। ଏଥିରେ ୧୩୨୬ କୋଟି ଟଙ୍କାର ଜିଏସ୍‌ଟି ବାବଦ କ୍ଷତିପୂରଣ ସାମିଲ ରହିଛି। ଖଣି କ୍ଷେତ୍ରରୁ ରାଜସ୍ୱ ପରିମାଣ ୩୯% ବୃଦ୍ଧି ପାଇ ୫୨୪୬ କୋଟି ଟଙ୍କା ହୋଇଛି। ଏହାର ପୂର୍ବବର୍ଷ ଏହି କ୍ଷେତ୍ରରୁ ୩୭୮୩ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା। ଲୁହା ପଥର ଉତ୍ପାଦନ ଏବଂ ଯୋଗାଣ ପରିମାଣ ମଧ୍ୟ ବଢ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe