ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ହିନ୍ଦୋଳ ଏସଡିପିଓ

Advertisment
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ହିନ୍ଦୋଳ ଏସଡିପିଓ

ଢେଙ୍କାନାଳ: ୩୦ ହଜାର ଟଙ୍କା ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ହିନ୍ଦୋଳ ଏସଡିପିଓ ମଳୟ ନାୟକ। କଟକ ଭିଜିଲାନସ୍ ବିଭାଗ ଅଧିକାରୀଙ୍କ ହାତରେ ସେ ଧରାପଡ଼ିଛନ୍ତି। ଢେଙ୍କାନାଳ ଜିଲ୍ଲାର କାରନ୍ଦା ଛକରେ କାରନ୍ଦା ଗ୍ରାମର ଦୁଖବନ୍ଧୁ ସାହୁଙ୍କ ଠାରୁ ପଥର ଖାଦାନରୁ ପଥର ଚାଲାଣ କରିବା ପାଇଁ ମଳୟ ନାୟକ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ବିଭାଗ ତାଙ୍କୁ ଧରି କଟକ ନେଇ ଅଧିକ ପଚରାଉଚରା କରୁଥିବା ଜଣାପଡିଛି।

publive-image
ସୂଚନା ଅନୁଯାୟୀ, ଗାଡ଼ିର ସମସ୍ତ କାଗଜପତ୍ର ଓ ଅନୁମତି ଥିବା ସତ୍ତ୍ୱେ ହିନ୍ଦୋଳ ଏସଡିପିଓ ମଳୟ ନାୟକ ବାରମ୍ବାର ଧମକ ଦେବା ସହ ଦୁଖବନ୍ଧୁ ସାହୁଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ଏହାପରେ ସେ ବାଧ୍ୟ ହୋଇ କଟକ ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ତାପରେ ଯୋଜନା ମୁତାବକ ଟଙ୍କା ନେବା ନିମନ୍ତେ ମଳୟ ନାୟକ କାରନ୍ଦା ଛକକୁ ଆସିଥିଲେ। ସେହି ସମୟରେ ସେଠାରେ ଭିଜିଲାନ୍ସ ବିଭାଗ ଅଧିକାରୀମାନେ ଆଗରୁ ଜଗିଥିଲେ। ଏସଡିପିଓ ମଳୟ ନାୟକ ଲାଞ୍ଚ ଟଙ୍କା ନେବା ବେଳେ ମାଡ଼ି ବସିଥିଲାଭିଜିଲାନ୍ସ ଟିମ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe