ହିଞ୍ଜିଳି: ପୁଲିସ ଅଟକ ରଖିଥିବା ୬ଜଣଙ୍କୁ ଛାଡ଼ିବା ଏବଂ ବାଲି ମାଫିଆଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ଧାରଣା

Advertisment
ହିଞ୍ଜିଳି: ପୁଲିସ ଅଟକ ରଖିଥିବା ୬ଜଣଙ୍କୁ ଛାଡ଼ିବା ଏବଂ ବାଲି ମାଫିଆଙ୍କୁ ଗିରଫ ଦାବିରେ ଗ୍ରାମବାସୀଙ୍କ ଧାରଣା

ହିଞ୍ଜିଳି: ବାଲି ଚୋରା ଚାଲାଣକୁ ବିରୋଧ କରି ଏବଂ ପୁଲିସ ଅଟକ ରଖିଥିବା ୬ଜଣଙ୍କୁ ଛାଡ଼ିବା ଏବଂ ବାଲି ମାଫିଆଙ୍କୁ ଗିରଫ ଦାବିରେ ଗ୍ରାମବାସୀମାନେ ହିଞ୍ଜିଳି ଥାନା ସମୁଖରେ ଧାରଣା ଦେବା ପରେ ସେଠାରେ ଚାପା ଉତ୍ତେଜନା ଖେଳିଥିଲା। ଏପରିକି ପୁଲିସକୁ ମୃଦୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ଏବେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ଜଣାଯାଇଛି l

ସୂଚନାଯୋଗ୍ୟ, ପୂର୍ବରୁ ଚୋରା ଚାଲାଣ ସମୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ୩ଟି ଟ୍ରକ୍, ଗୋଟିଏ ଟ୍ରାକ୍ଟର ଓ ଦୁଇଟି ବାଇକ୍ ଉତ୍ତ୍ୟକ୍ତ ଜନତା ପୋଡ଼ି ଦେଇଥିଲେ । ଏହି ମାମଲାରେ ପୁଲିସ୍ ୬ଜଣଙ୍କୁ ଥାନାରେ ଅଟକ ରଖିଛି।  ଗତ ୨୧ ତାରିଖ ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଅନ୍ତର୍ଗତ କୋଳିଦାସପୁର ଗ୍ରାମ ପାଖରେ ଥିବା ଋଷିକୂଲ୍ୟା ନଦୀରୁ କେତେକ ଲୋକ ନିଜର ଟ୍ରକ୍ ଓ ଟ୍ରାକ୍ଟର ଜରିଆରେ ବାଲି ଚୋରା ଚାଲାଣ କରୁଥିଲେ।

publive-imageଏ ନେଇ ଖବର ପାଇବା ମାତ୍ରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବିନା ଅନୁମତିରେ ବାଲି ଚୋରା ଚାଲାଣ କରୁଥିବା ଲୋକଙ୍କୁ ତାଗିଦ୍ କରିଥିଲେ। କିନ୍ତୁ ସେମାନେ ଏଥିପ୍ରତି ଧ୍ୟାନ ଦେଇ ନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଲୋକେ ଘଟଣାସ୍ଥଳରେ ଥିବା ୩ଟି ଟ୍ରକ୍, ଗୋଟିଏ ଟ୍ରାକ୍ଟର ଓ ଦୁଇଟି ବାଇକ୍ ପୋଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe