ହିଞ୍ଜିଳିକାଟୁ: ଜୁଆ ଆଡ୍ଡାରେ ଚଢ଼ଉ, ୧୧ ଗିରଫ

୧ ଲକ୍ଷ ୧୩ହଜାର ୪୩୦ଟଙ୍କା ଜବତ

ହିଞ୍ଜିଳିକାଟୁ: ଜୁଆ ଆଡ୍ଡାରେ ଚଢ଼ଉ, ୧୧ ଗିରଫ

ହିଞ୍ଜିଳିକାଟୁ: ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ଥାନା ଅନ୍ତର୍ଗତ ଲକ୍ଷ୍ମୀପୁର ଗ୍ରାମରେ ଗୁରୁବାର ରାତିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ ପକ୍ଷରୁ ଚଢଉ ହୋଇଥିଲା। କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ଥାନା ଆଇଆଇସିଙ୍କ ନେତୃତ୍ୱରେ ଗଠନ ହୋଇଥିବା ଟିମ୍ ଚଢଉ କରି ୧୧ ଜୁଆଡ଼ିଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ନଗଦ ୧ ଲକ୍ଷ ୧୩ହଜାର ୪୩୦ଟଙ୍କା ଜବତ ହୋଇଛି l

କୁମାର ପୂର୍ଣ୍ଣିମା ଆସୁଥିବା ହେତୁ ଜୁଆଡ଼ିମାନଙ୍କ ପ୍ରାଦୁର୍ଭାଵ ବଢ଼ିବାରେ ଲାଗିଥିବା ବେଳେ ହିଞ୍ଜିଳି ପୁଲିସର ଚଢ଼ଉକୁ ନେଇ ଜୁଆଡ଼ିମାନଙ୍କ ମନରେ ଛନକା ପଶିଛିl କୁମାର ପୂର୍ଣ୍ଣିମାକୁ ଆଖି ଆଗରେ ରଖି ଜୁଆ ଆଡ୍ଡା ଉପରେ ଚଢ଼ଉ ଜାରି ରହିବ ବୋଲି ଥାନା ଅଧିକାରୀ ଅଭିମନ୍ୟୁ ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe