ବାଲି ଚୋରାଚାଲାଣ ଖବର ପାଇ ୩ଟି ଟ୍ରକ୍, ଟ୍ରାକ୍ଟର୍ ଓ ବାଇକ ପୋଡ଼ିଦେଲେ ଉତ୍ତ୍ୟକ୍ତ ଲୋକ

Advertisment
ବାଲି ଚୋରାଚାଲାଣ ଖବର ପାଇ ୩ଟି ଟ୍ରକ୍, ଟ୍ରାକ୍ଟର୍ ଓ ବାଇକ ପୋଡ଼ିଦେଲେ ଉତ୍ତ୍ୟକ୍ତ ଲୋକ

ହିଞ୍ଜିଳି: ବାଲି ଚୋରାଚାଲାଣ ସମୟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଥାନା ଅଞ୍ଚଳରେ ୩ଟି ଟ୍ରକ୍, ଗୋଟିଏ ଟ୍ରାକ୍ଟର ଓ ଦୁଇଟି ବାଇକ୍  ଉତ୍ତ୍ୟକ୍ତ ଜନତା ପୋଡ଼ିଥିବା ଜଣାପଡ଼ିଛି। ଏହି ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ହିଞ୍ଜିଳି ଥାନା ଅନ୍ତର୍ଗତ କୋଳିଦାସପୁର ଗ୍ରାମ ପାଖରେ ଥିବା ଋଷିକୂଲ୍ୟା ନଦୀରୁ କେତେକ ଲୋକ ନିଜର ଟ୍ରକ୍ ଓ ଟ୍ରାକ୍ଟର ଜରିଆରେ ବାଲି ଚୋରା ଚାଲାଣ କରୁଥିଲେ। ଏ ନେଇ ଖବର ପାଇବା ମାତ୍ରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବିନା ଅନୁମତିରେ ବାଲି ଚୋରା ଚାଲାଣ କରୁଥିବା ଲୋକଙ୍କୁ ତାଗିଦ୍ କରିଥିଲେ। କିନ୍ତୁ ସେମାନେ ଏଥିପ୍ରତି ଧ୍ୟାନ ଦେଇ ନଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଲୋକେ ଘଟଣାସ୍ଥଳରେ ଥିବା ୩ଟି ଟ୍ରକ୍, ଗୋଟିଏ ଟ୍ରାକ୍ଟର ଓ ଦୁଇଟି ବାଇକ୍ ପୋଡ଼ିଥିବା ସୂଚନା ମଳିଛି।

publive-image

ଖବର ପାଇ ଆଜି ପୂର୍ବାହ୍ନରେ ଆସିକା ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଲକଡାଉନ୍ ଚାଲିବା ପରେ  ଗଞ୍ଜାମ ଜିଲ୍ଲାରୁ ଗତ କିଛିଦିନ ଧରି ବାଲି ଚୋରା ଚାଲାଣ ରାକେଟ୍ ସକ୍ରିୟ ହୋଇଉଠିଥିଲା। ମୁଖ୍ୟତଃ ଋଷିକୂଲ୍ୟା ଓ ବାହୁଦା ନଦୀରୁ ବାଲି ଉଠାଇ ଆନ୍ଧ୍ର ଓ ଅନ୍ୟ ଅଂଚଳକୁ ଚାଲାଣ ହେଉଥିଲା। ଗତ ୬ ମାସ ଧରି ଏହାକୁ ନେଇ ସ୍ଥାନୀୟ ଅଧିବାସୀ ଓ ବାଲି ଚାଲାଣକାରୀଙ୍କ ଭିତରେ ବିବାଦ ଚାଲିଥିଲା ବୋଲି କୁହାଯାଉଛି।  ଏ ନେଇ ପ୍ରଶାସନ ପାଖରେ ମଧ୍ୟ ଖବର ଥିଲା  ଓ ବିଭିନ୍ନ ସମୟରେ ପ୍ରଶାସନ ବାଲିଗାଡ଼ି ଜବତ କରୁଥିଲା।  ହିଞ୍ଜିଳିକାଟୁ ବ୍ଲକର ରାଳବ, ସିକିରି ,କୋଳିଦାସପୁର ଗ୍ରାମରୁ ବାଲିଚୋରି ଅଧିକ ହେଉଥିଲା। ଏହି ଗାଡ଼ିପୋଡ଼ି ଘଟଣା ପୁଞ୍ଜିଭୂତ ଅସନ୍ତୋଷର ପରିଣତି ବୋଲି ଅନୁମାନ କରାଯାଉିଛି। ପୁଲିସ ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe