ହୀରାକୁଦ: ୩ ଗେଟ୍‌ ବନ୍ଦ ହେଲା, ଆଉ ୭ ଖୋଲା

ହୀରାକୁଦ ଡ୍ୟାମ୍‌ର ୮ଟି ଗେଟ୍‌ ବନ୍ଦ, ୨୦ଟି ଗେଟ୍‌ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ଜାରି

ସମ୍ବଲପୁର : ଜଳସ୍ତର ସାମାନ୍ୟ ହ୍ରାସ ପାଇବା ପରେ ବୁଧବାର ସଂଧ୍ୟାରେ ହୀରାକୁଦ ବନ୍ଧର ୩ଟି ଗେଟ୍ ବନ୍ଦ କରାଯାଇଛି। ବାମ ପାର୍ଶ୍ବ ସ୍ପିଲୱେ’ର ୫ ଓ ଡାହାଣ ପାର୍ଶ୍ବର ୨ଟିକୁ ମିଶାଇ ମୋଟ ୭ଟି ଗେଟ୍‌ ଖୋଲା ରହିଛି। ବୁଧବାର ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୩.୧୫ ଫୁଟ୍‌ ରହିଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୧ ଲକ୍ଷ ୩୩ ହଜାର ୪୫୫ ଘନ ଫୁଟ୍‌ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ୭ଟି ସ୍ଲୁଇସ୍‌ ଗେଟ୍ ଦେଇ ୧ ଲକ୍ଷ ୧୧ ହଜାର ୩୯୧ କ୍ୟୁସେକ୍‌ ପାଣି ମହାନଦୀକୁ ଛଡ଼ା ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe