ହୀରାକୁଦର ବନ୍ଦ ହେଲା ୬ ଗେଟ୍, ଗୋଟିଏ ଖୋଲା

ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ୧୧ରେ

Sambad English

ସମ୍ବଲପୁର : ଉପର ମୁଣ୍ଡରେ ଅଧିକ ବର୍ଷା ଆଶଂକା କରି ଶନିବାର ସଂଧ୍ୟାରେ ହୀରାକୁଦ ବନ୍ଧର ଅଧିକ ୫ଟି ଗେଟ୍ ଖୋଲି ଆଗୁଆ ଜଳ ନିଷ୍କାସନ କରା ଯାଇଥିଲା। କିନ୍ତୁ ଆଶା ଅନୁଯାୟୀ ବର୍ଷା ନହେବା ତଥା ହୀରାକୁଦରେ ଜଳ ପ୍ରବେଶ ପୂର୍ବାନୁମାନ ଅନୁଯାୟୀ ବୃଦ୍ଧି ନ ପାଇବା କାରଣରୁ ରବିବାର ପୁଣି ୩ଟି ପର୍ଯ୍ୟାୟରେ ୬ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ରବିବାର ରାତିରେ ମାତ୍ର ଗୋଟିଏ ଗେଟ୍‌ ଖୋଲା ରହିଛି। ରବିବାର ଦିନ ୧୦ଟାରୁ ୧୧ଟା ମଧ୍ୟରେ ୨ଟି, ସଂଧ୍ୟା ୪ଟାରୁ ୫ଟା ମଧ୍ୟରେ ୨ଟି ଓ ରାତି ୮ଟାରୁ ୯ଟା ମଧ୍ୟରେ ୨ଟି ଗେଟ୍ ବନ୍ଦ କରା ଯାଇଥିଲା। ରବିବାର ରାତି ୯ଟା ବେଳକୁ ହୀରାକୁଦ ଜଳସ୍ତର ୫୯୯.୯୩ ଫୁଟ୍‌କୁ ଖସି ଆସିଥିଲା। ଗତ ୨୫ ତାରିଖ ଦିନ ପ୍ରଥମ କରି ହୀରାକୁଦ ଗେଟ୍ ଖୋଲିବା ବେଳକୁ ଜଳଭଣ୍ଡାରର ସ୍ତର ୬୧୮.୦୪ ଫୁଟ୍ ପହଞ୍ଚିଥିବା ବେଳେ କ୍ରମାଗତ ବହୁ ସଂଖ୍ୟକ ଗେଟ୍‌ ଖୋଲା ରହିବାରୁ ୧୮ ଫୁଟ୍‌ରୁ ଅଧିକ ହ୍ରାସ ପାଇଛି।

ରବିବାର ରାତି ୯ଟା ବେଳକୁ ଜଳଭଣ୍ଡାର ମଧ୍ୟକୁ ହାରାହାରି ୨୭,୬୯୦ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସେହି ୩୧,୮୧୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe