ଖୋଲିଛି ହୀରାକୁଦ ଡ୍ୟାମ ଗେଟ୍: ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ

ଶୀର୍ଷ ସ୍ତର ଛୁଇଁଲା ହୀରାକୁଦ, ୬ଟି ଗେଟ୍‌ ଖୋଲା

ସମ୍ବଲପୁର: ଆଜି ସକାଳ ୯ଟା ବେଳେ ଖୋଲିଛି ହୀରାକୁଦ ଡ୍ୟାମ ଗେଟ୍। ୭ନଂ ସ୍ଲୁଇସ୍‌ ଗେଟ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି। ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପାଇଁ ରବିବାର ପୂର୍ବାହ୍‌ଣ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ଗେଟ୍ ଖୋଲିଛି। ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୬.୯୩ ଫୁଟ୍‌ଥିଲା। ପ୍ରତି ସେକେଣ୍ଡରେ ୩ ଲକ୍ଷ ୧୬ ହଜାର ୬୦୦ ଘନଫୁଟ୍‌ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୪୦ ହଜାର ୧୨୬ ଘନଫୁଟ୍‌ ଜଳ ନିଷ୍କାସିତ ହେଉଛି।

ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେଉଛି। ଫଳରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ୨ ଲକ୍ଷ ୯୪ ହଜାର ୧୧୨ କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଛି। ଏହି ସମୟରେ ଜଳଭଣ୍ଡାରରୁ ୩୯,୫୧୨ କ୍ୟୁସେକ ଜଳ ନିଷ୍କାସନ ହେଉଛି। ହୀରାକୁଦର ଜଳଭଣ୍ଡାରର ଜଳସ୍ତର ଏବେ ୬୧୫.୨ ଫୁଟରେ ପହଞ୍ଚିଛି।

ଗେଟ୍ ଖୋଲିବା ସମୟରେ ଜଳସ୍ତର ୬୧୫ ଫୁଟରୁ ଅଧିକ ଜଳ ଥିବ ବୋଲି ସୂଚନା ମିଳିଛି। ୩ଟି ପର୍ଯ୍ୟାୟରେ ୨୦ଟି ଗେଟ୍ ଖୋଲାଯିବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe