ଲୋକାର୍ପିତ ହେଲା ହୀରାକୁଦ ଜଳଭଣ୍ଡାର ସେତୁ

Advertisment
ଲୋକାର୍ପିତ ହେଲା ହୀରାକୁଦ ଜଳଭଣ୍ଡାର ସେତୁ

ସମ୍ବଲପୁର/ଇବଥର୍ମାଲ : ସମ୍ବଲପୁର ଜିଲ୍ଲା ହୀରାକୁଦ ଜଳଭଣ୍ଡାର ଉପରେ ନିର୍ମତ ସପ୍ନେ-ରମ୍ପେଲା ସେତୁକୁ ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ୧୧୭କୋଟି ୫୦ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ହୋଇଥିବା ୨.୫କିମିର ଏହି ସେତୁ ରାଜ୍ୟର ଅନ୍ୟତମ ଦୀର୍ଘତମ ସେତୁ ଭାବେ ପରିଗଣିତ ହୋଇଛି। ଏହି ସେତୁ ସମ୍ବଲପୁର ଓ ଝାରସୁଗୁଡ଼ାର ବେଲପାହାଡ଼, ଲଖନପୁର ଅଞ୍ଚଳ ମଧ୍ୟରେ ଦୂରତ୍ୱ ବହୁ ପରିମାଣରେ ହ୍ରାସ କରିବ।

publive-image

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ପହଞ୍ଚି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଆଇଆଇଏମ୍‌ ସମ୍ବଲପୁର ସମାବର୍ତ୍ତନ ଉତ୍ସବରେ ଯୋଗ ମଧ୍ୟ ଦେଇଥିଲେ। ଏଠାରେ ୪୫ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଇଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ରେଙ୍ଗାଲି ଯାଇ ସେତୁ ଉଦ୍‌ଘାଟନ କରିବେ। ତେବେ ଏହାକୁ ବିରୋଧ କରିବା ନେଇ ଆଶଙ୍କାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ୧୦ଜଣ ବିଜେପି କର୍ମୀଙ୍କୁ ଅଟକ ରଖାଯାଇଥିଲା।

ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ଏବଂ ଝାରସୁଗୁଡ଼ା ମଧ୍ୟରେ ସୀମା ରେଖା ଟାଣିଥିବା ଇବ ନଦୀର ଗୋଟିଏ ପଟେ ସାଲଟ ପଞ୍ଚାୟତର ସପ୍ନେ ଏବଂ ଅନ୍ୟପଟେ ରମ୍ପେଲା ପଞ୍ଚାୟତର ତାଳବେର୍ଣ୍ଣକୁ ସଂଯୋଗ କରୁଛି ଏହି ସେତୁ। କହିବାକୁ ଗଲେ ଯେଉଁଠି ରମ୍ପେଲା ଡଙ୍ଗା ଘାଟ ଥିଲା ଓ ପ୍ରତ୍ୟହ ଲୋକେ ଡଙ୍ଗାରେ ଯିବା ଆସିବା କରୁଥିଲେ ଉକ୍ତ ସ୍ଥାନରେ ର୍ନିମାଣ ହୋଇଛି ସପ୍ନେ-ରମ୍ପେଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe