ହୀରାକୁଦର ୧୨ ଗେଟ୍ ଖୋଲା, ଜଳସ୍ତର ୬୧୫ ଫୁଟ୍‌

Advertisment
ଏଥର ବିପଦ ‘ଭେଟି’ ଦେଲା ଝାଡ଼ଖଣ୍ଡ: ସୁବର୍ଣ୍ଣରେଖାରେ ବଡ଼ ବନ୍ୟା

ସମ୍ବଲପୁର : ତିନି ଦିନ ଧରି ଉପର ଓ ତଳ ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଏକାଧିକ ପର୍ଯ୍ୟାୟରେ ହୀରାକୁଦ ବନ୍ଧର ୧୦ଟି ଗେଟ୍ ଖୋଲା ଯାଇଛି। ଶନିବାର ୮ଟି ଗେଟ୍ ଖୋଲିଥିବା ବେଳେ ରବିବାର ଆଉ ୨ଟି ଗେଟ୍ ଖୋଲା ଯାଇଛି। ଫଳରେ ପୂର୍ବରୁ ଖୋଲା ଥିବା ୨ଟିକୁ ମିଶାଇ ମୋଟ ୧୨ଟି ସ୍ଲୁଇସ୍‌ ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସିତ ହେଉଛି।

ରବିବାର ସଂଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୧୫.୩୫ ଫୁଟ୍‌ ଥିଲା। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୧,୯୯,୮୪୪ କ୍ୟ‌ୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ସେଥିରୁ ବାମ ସ୍ପିଲ୍‌ୱେର ୮ ଓ ଡାହାଣ ପାର୍ଶ୍ବର ୪ଟି ଗେଟ୍ ଦେଇ ୧ଲକ୍ଷ ୮୩ ହଜାର ୫୪୦ କ୍ୟୁସେକ୍‌ ଜଳ ମହାନଦୀକୁ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୩୯.୪୯ ମିଲିମିଟର୍‌ ତଳ ମୁଣ୍ଡରେ ୭୨.୫୩ ମିଲିମିଟର୍‌ ବ‌ର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ରବିବାର ସଂଧ୍ୟା ୬ଟା ବେଳକୁ ମହାନଦୀ ତଳମୁଣ୍ଡ ବେଲଗାଁଠାରେ ୧୬ ହଜାର କ୍ୟୁସେକ୍‌, ପଥର୍ଲାଠାରେ ୯୪ ହଜାର କ୍ୟୁସେକ୍‌, ଖଇରମାଳଠାରେ ୪ ଲକ୍ଷ ୬ ହଜାର କ୍ୟୁସେକ୍‌, ବରମୂଳଠାରେ ୧ ଲକ୍ଷ ୮୨ ହଜାର କ୍ୟୁସେକ୍‌, ମୁଣ୍ଡଳିଠାରେ ୧ ଲକ୍ଷ ୨୭ ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe