ହୀରାକୁଦର ୧୩ ଗେଟ୍ ଖୋଲା

Advertisment
ଏଥର ବିପଦ ‘ଭେଟି’ ଦେଲା ଝାଡ଼ଖଣ୍ଡ: ସୁବର୍ଣ୍ଣରେଖାରେ ବଡ଼ ବନ୍ୟା

ସମ୍ବଲପୁର : ଶୁକ୍ରବାର ହୀରାକୁଦର ୨ଟି ଗେଟ୍‌ ବନ୍ଦ କରାଯାଇଛି। ଫଳରେ ଆଉ ୧୩ଟି ଗେଟ୍‌ ଦେଇ ମହାନଦୀକୁ ଜଳ ନିଷ୍କାସିତ ହେଉଛି। ଶୁକ୍ରବାର ରାତି ୯ଟା ବେଳେ ହୀରାକୁଦର ଜଳସ୍ତର ୬୧୮.୬୫ ଫୁଟ୍‌ରେ ପହଞ୍ଚିଥିଲା। ସେତିକିବେଳେ ଜଳଭଣ୍ଡାରକୁ ୩ ଲକ୍ଷ ୪ ହଜାର ୩୭୩ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨ ଲକ୍ଷ ୧୮ ହଜାର ୫୬୮ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ବାମ ସ୍ପିଲ୍‌ୱେର ୯ ଓ ଡାହାଣ ପାର୍ଶ୍ବର ୪ଟି ସ୍ଲୁଇସ୍‌ ଗେଟ୍ ଦେଇ ମହାନଦୀକୁ ୨ ଲକ୍ଷ ୨ ହଜାର ୨୧୫ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ସେହିପରି ପାୱାର୍‌ ଚାନେଲ୍‌ରେ ୧୪,୫୩୪ କ୍ୟୁସେକ୍‌, ବରଗଡ଼ କେନାଲ୍‌ରେ ୧୫୦୦ କ୍ୟୁସେକ୍‌, ଶାସନ କେନାଲ୍‌ରେ ୧୦୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୪୯ କ୍ୟୁସେକ୍‌, ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଦିଆ ଯାଉଥିଲା। ସେହି ସମୟରେ ମହାନଦୀ ତଳମୁଣ୍ଡ ବେଲଗାଁଠାରେ ­୧ ଲକ୍ଷ ୭ ହଜାର କ୍ୟୁସେକ୍‌, ପଥର୍ଲାଠାରେ ୧ ଲକ୍ଷ ୯୩ ହଜାର କ୍ୟୁସେକ୍‌, ଖଇରମାଳଠାରେ ୫ ଲକ୍ଷ ୨ ହଜାର କ୍ୟୁସେକ୍‌, ବରମୂଳଠାରେ ୪ ଲକ୍ଷ ୧୪ ହଜାର କ୍ୟୁସେକ୍‌, ମୁଣ୍ଡଳିଠାରେ ୪ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୩୧.୮୪ ମିଲିମିଟର୍‌ ଓ ତଳ ମୁଣ୍ଡରେ ୯.୬୮ ମିଲିମିଟର୍‌ ବ‌ର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe