ସମ୍ବଲପୁର :ବୁଧବାର ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍ ଖୋଲା ଯାଇଥିବା ବେଳେ ଗୁରୁବାର ପୁଣି ୨ଟି ସ୍ଲୁଇସ୍ ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଜଳସ୍ତର ୬୧୪.୧୯ ଫୁଟ୍ରେ ପହଂଚି ଥିଲା। ଏହି ସମୟରେ ଜଳଭଣ୍ଡାରକୁ ୮୮.୧୫୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧,୩୬,୩୦୧ କ୍ୟୁସେକ ନିଷ୍କାସିତ ହେଉଥିଲା। ଏଥିରୁ ୮ଟି ସ୍ଲଇସ୍ ଗେଟ୍ ଦେଇ ୧,୨୧,୬୮୦ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ପାଓ୍ଵାର ଚାନେଲ ଦେଇ ୧୧,୦୯୩ କ୍ୟୁସେକ, ବରଗଡ଼ କେନାଲରେ ୨୭୦୦, ଶାସନ କେନାଲରେ ୭୮କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଜଳପ୍ରବେଶଠାରୁ ଅଧିକ ପରିମାଣର ଜଳ ନିଷ୍କାସିତ ହେଉଥିବାରୁ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଗତ ୨୪ଘଣ୍ଟା ମଧ୍ୟରେ(ସକାଳ ସାଢ଼େ ୮ଟା) ଜଳଭଣ୍ଡାରର ଉପର ମୁଣ୍ଡରେ ୧୬.୨୦ ମିମି ଓ ତଳମୁଣ୍ଡରେ ୫.୮୭ ମିମି ବର୍ଷା ରେକର୍ଡ କରାଯାଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us