ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବୃଦ୍ଧି କାରଣରୁ ସୋମବାର ଆଉ ୬ଟି ଗେଟ୍ ଖୋଲାଯାଇଛି। ଫଳରେ ମୋଟ ୧୦ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସିତ ହେଉଛି। ସୋମବାର ସଂଧ୍ୟା ୬ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୯.୯୩ ଫୁଟ୍ ରହିଛି। ସେତିକିବେଳେ ଜଳଭଣ୍ଡାରକୁ ହାରାହାରି ୧ ଲକ୍ଷ ୬୫ ହଜାର ୭୯୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧,୭୨,୫୯୫ କ୍ୟୁସେକ୍ ନିଷ୍କାସିତ ହେଉଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
ହୀରାକୁଦର ୧୦ ଗେଟ୍ ଖୋଲିଲା
Advertisment
Follow Us