ଉପର ମୁଣ୍ଡରେ କମ୍‌ ବର୍ଷା, ହୀରାକୁଦରେ ୧୦ ଗେଟ୍‌ ଖୋଲା

୨୩‌‌‌‌ରେ ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟା ଜଳ

Biznext India

ସମ୍ବଲପୁର : ମଙ୍ଗଳବାରଠୁ ମହାନଦୀ ଉପତ୍ୟକା ସମେତ ଓଡ଼ିଶାର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ନଦୀ ଫୁଲିବା ସହ ବନ୍ୟା ଚିନ୍ତା ଲାଗି ରହିଛି। କିନ୍ତୁ ଏହି ସମୟରେ ହୀରାକୁଦ ଉପର ମୁଣ୍ଡରେ ଅପେକ୍ଷାକୃତ କମ୍‌ ବର୍ଷା ତଳ ମୁଣ୍ଡ ପାଇଁ କିଛିଟା ଆଶ୍ବସ୍ତିର ବିଷୟ ପାଲଟିଛି। ମଙ୍ଗଳବାର ସକାଳ ୮ଟା ୩୦ରୁ ବୁଧବାର ସକାଳ ୮ଟା ୩୦ ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୨୯.୩୨ ମିଲିମିଟର୍ ବର୍ଷା ହୋଇଛି। ସେହିପରି ସେହି ସମୟରେ ହୀରାକୁଦ ତଳ ମୁଣ୍ଡରେ ୬୬ ମିଲିମିଟର୍‌ ବର୍ଷା ରେକର୍ଡ ହୋଇଛି। ତା ପୂର୍ବ ୨୪ ଘଣ୍ଟା ଅର୍ଥାତ୍‌ ସୋମବାର ସକାଳୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ହୀରାକୁଦ ଉପର ମୁଣ୍ଡରେ ମାତ୍ର ୦.୭୯ ମିମି ବର୍ଷା ହୋଇଥିଲା। ତେଣୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ହୀରାକୁଦର ୧୮ଟି ଗେଟ୍ ଖୋଲା ଥିବାବେଳେ ୨ ଦିନରେ ପର୍ଯ୍ୟାୟ କ୍ରମେ ୮ଟି ଗେଟ୍ ବନ୍ଦ କରାଯାଇଛି।

ବୁଧବାର ସଂଧ୍ୟା ୬ଟା ବେଳକୁ ହୀରାକୁଦର ଜଳସ୍ତର ୬୧୯.୦୪ ଫୁଟ୍‌ ଥିବାବେଳେ ୧୦ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ ହେଉଥିଲା। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ୨ ଲକ୍ଷ ୫ ହଜାର ୨୭୯ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲା ଓ ବିଭିନ୍ନ ମାର୍ଗ ଦେଇ ୧ ଲକ୍ଷ ୭୧ ହଜାର ୯୦୭ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ସେହି ସମୟରେ ମହାନଦୀ ତଳ ମୁଣ୍ଡ ବେଲଗାଁଠାରେ ୧୬ ହଜାର ୫୦୦ କ୍ୟୁସେକ୍‌, ପଥର୍ଲାଠାରେ ୧ ଲକ୍ଷ ୨ ହଜାର କ୍ୟୁସେକ୍‌, ଖଇରମାଳଠାରେ ୪ ଲକ୍ଷ ୯୦ ହଜାର କ୍ୟୁସେକ୍‌, ବରମୂଳଠାରେ ୫ ଲକ୍ଷ ୪୦ ହଜାର କ୍ୟୁସେକ୍‌ ଓ ମୁଣ୍ଡଳିଠାରେ ୪ ଲକ୍ଷ ୭୪ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା। ବୁଧବାର ହୀରାକୁଦ ବନ୍ଧ ଅନ୍ତର୍ଗତ ବୁର୍ଲା ଜଳ ବିଦ୍ୟୁତ୍‌ କେନ୍ଦ୍ରରୁ ହାରାହାରି ୧୦୪.୬୨୫ ମେଗାୱାଟ୍ ଓ ଚିପିଲିମା ଜଳ ବିଦ୍ୟୁତ୍‌ କେନ୍ଦ୍ରରୁ ୪୮.୮୭୫ ମେଗାୱାଟ୍ ବିଦ୍ୟୁତ୍‌ ଉତ୍ପାଦିତ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe